ଚଣ୍ଡିଖୋଲ/ଛତିଆ : ଯାଜପୁର ଜିଲ୍ଲାର ବୈରୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଛତିଆ କାକରା ବଜାର ନିକଟରେ ଶୁକ୍ରବାର ଦିନ ପ୍ରାୟ ୪ଟା ବେଳେ ପୁଣି ଦୁର୍ଘଟଣା ଘଟିଛି! କଟକରୁ ଚଣ୍ଡିଖୋଲ ପଟକୁ ଆସୁଥିବା ଓଡି ୦୫ – ୪୦୫୭ ନମ୍ବର ମା ଦୁର୍ଗା ନାମକ ଯାତ୍ରିବାହୀ ବସର ଚକା ଫାଟିଯିବାରୁ ହଠାତ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରଲର ପଛରେ ପିଟିହୋଇ ରାସ୍ତାକଡ ବ୍ୟାରିକେଟ ଉପରକୁ ମାଡି ଯାଇଥିଲା! ଫଳରେ ବସରେ ଥିବା ୧୦ ଜଣରୁ।ଉର୍ଦ୍ଧ୍ବ ଯାତ୍ରି ଆହତ ହୋଇଥିଲେ! ଆହତ ମାନଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନା ଓ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଦିଆଯାଇଛି! ସେଥିରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି! ଏହି ଦୁର୍ଘଟଣାରେ ବସର ସମ୍ମୁଖଭାଗ ଭାଙ୍ଗିରୁଜି ଯାଇଛି! ବୈରୀ ଥାନା ଓ ଛତିଆ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ରାସ୍ତାରୁ ଯାମ ହଟାଇ ଯାନବାହାନ ଚଳାଚଳକୁ ସ୍ୱାଭାବିକ କରିଥିଲା! ଦୁର୍ଘଟଣା ଗ୍ରସ୍ଥ ବସ ଓ ଟ୍ରଲରକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି! ଏହି କାକରା ବଜାର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇଜଣ ମହିଳାଙ୍କର ମୃତ୍ୟୁ ହେବାପରେ ପୋଲିସ ପ୍ରଶାସନ ରାସ୍ତାକଡର ଏହି ବେଆଇନ ଦୋକାନ ବଜାରକୁ ଉଛେଦ କରିଥିଲା! ଦୀର୍ଘଦିନ ବନ୍ଦ ରହିବା ପରେ ଗତ କିଛିଦିନ ହେବ ପୁଣି ଏହି ବଜାର ଖଲିଛି! ଫଳରେ ସେଠାରେ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାସହ ପ୍ରତିଦିନ ମଧ୍ୟ ଛୋଟଛୋଟ ଦୁର୍ଘଟଣା ଘଟି ଚାଲିଛି! ଆଜିର ଦୁର୍ଘଟଣା ସମୟରେ ସେଠାରେ ମଧ୍ୟ।ପ୍ରବଳ ଗହଳି ଥିଲା! ହେଲେ ବସ ଚାଳକ ଉପସ୍ଥିତି ବୁଦ୍ଧି ଖଟାଇ ବସକୁ ଡାହାଣ ପଟ ବ୍ୟାରିକେଟ ଉପରକୁ ଚଢାଇଦେବାରୁ ବାମପଟେ ରାସ୍ତାରେ ଥିବା ଲୋକ ଓ ଗାଡିମଟର ସୁରକ୍ଷା ପାଇବା ସହ ଏକ ବଡ ଦୁର୍ଘଟଣା ଏଡାଇ ଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି! ତେବେ ଏପରି ବେଆଇନ ବଜାର ପୁଣି ଚାଲିବା ଦେଶ୍ୟ ପୋଲିସ ପ୍ରଶାସନ ଦେଖୁଥିଲେ ମଧ୍ୟ କାହିଁକି ଚୁପ ବସିଛନ୍ତି ଓ ଏପରି ବେଆଇନ କାମକୁ କିଏ ସୁରକ୍ଷା ବା ପ୍ରୋତ୍ସାହନ ଦେଉଛି ବୋଲି ସାଧାରଣରେ ପ୍ରଶ୍ନ ହୋଇଜି!