Odisha news

କାଞ୍ଜିପାଣି ଘାଟିରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ

0

ତେଲକୋଇ-ସମବାର ବିଳମ୍ବିତ ରାତିରେ କାଞ୍ଜିପାଣି ଘାଟିରେ  ଯାତ୍ରୀବାହୀ ପାଢ଼ୀ ବସ ନଂ ଓଡ଼ି୦୫ଭି୪୪୪୫ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ବସରେ ଥିବା ୪୦ ଜଣଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ ।ବସ ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଘାଟି ତଳକୁ ବସଟି ନ ଖସି  ରାସ୍ତା କଡରେ ଥିବା ପଥରରେ ବାଡେଇ ହୋଇ ରହିଯାଇଥିଲା ।

ବସଟି ରାତ୍ର ସମୟରେ ଯାଜପୁର ରୁ କେନ୍ଦୁଝର ଦେଇ ରାଉରକେଲା ଅଭିମୁଖେ ଯାଉଥିଲା ।ଫଳରେ କାଞ୍ଜିପାଣି ଘାଟି ଓହ୍ଲାଉ ଥିବା ବେଳେ  ଗାଡିର ବ୍ରେକ ଫେଲ ହୋଇଥିଲା। ।ଡ୍ରାଇଭର ବୁଦ୍ଧି ଖଟାଇ ଗାଡି କୁ ପାହାଡ ସାଇଡକୁ ନେଇ ଯାଇ ରାସ୍ତାକଡ ପଥରରେ  ବାଡେଇ ହୋଇ ବସଟି ରହିଯାଇଥିଲା ।  ବସକୁ  ୧୦୦୦ ଫୁଟ ତଳକୁ ଖସିବାରୁ ବଞ୍ଚାଇ ଦେଇଥିଲେ ଡ୍ରାଇଭର।ଫଳରେ ବସରେ ଥିବା ସମସ୍ତ ଯାତ୍ରୀ ଅଲ୍ପକେ ବର୍ତିଯାଇଥିଲେ ।ଖବର ପାଇ କାଞ୍ଜିପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

IEC 2 years
Leave A Reply