Odisha news

ବୁଲି ବାଇ ଆପ : ପାକିସ୍ତାନ ୱେବ ସାଇଡ କୁ ମଧ୍ୟ ହ୍ୟାକ୍ କରି ସାରିଛି ନିରଜ

0
ନୂଆଦିଲ୍ଲୀ : ବୁଲି ବାଇ ଆପ କେଶ ର ମୁଖ୍ୟ ଆରୋପି ନିରଜ ବିଶୋଇ କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି l ଆରୋପି କହିଛି ଯେ ସେ ୧୫ ବର୍ଷ ବୟସରେ ହ୍ୟାକିଂ ଦ୍ୱାରା ୱେବସାଇଟ ଗୁଡିକୁ ନଷ୍ଟ କରିବାର ଓ ଶିଖିବାର ଆଭାସ ରହିଛି l ଆଇଏଫଓ ଡିସିପି କହିଛନ୍ତି ଯେ ସେ ଭାରତ ସହିତ ପାକିସ୍ତାନ ର ସ୍କୁଲ ମାନଙ୍କର ଓ ବିଶ୍ୱବିଦ୍ୟାଳୟ ଗୁଡିକର ବିଭିନ୍ନ ୱେବସାଇଟ କୁ ହ୍ୟାକ କରିଥିବାର କହିଛି l

ବିଲି ବାଇ ଆପ କେଶ ରେ ଦିଲ୍ଲୀ ଓ ମୁମ୍ବାଇ ପୋଲିସ ଦ୍ୱାରା ବର୍ତମାନ ସୁଦ୍ଧା ୪ଜଣ ଙ୍କୁ ଗିରଫ କରାଯାଇଛି l ସେଥିମଧ୍ୟରୁ ନିରଜ ଜଣେ, ନିରଜ କୁ  ପଚରାଉଚରା ସମୟରେ ଅନେକ ତଥ୍ୟ ସାମ୍ନାକୁ ଆସିଛି l ସେ ନିଜେ ସ୍ୱୀକାର କରିଛି ଯେ ୧୫ ବର୍ଷ ବୟସରୁ ହ୍ୟାକିଂ ବିଷୟରେ ତଥ୍ୟ ଗ୍ରହଣ କରିଥିଲା l ସେ ନିଜେ ଆହୁରି ମଧ୍ୟ କହିଛି ଯେ କେବଳ ଭାରତ ନୁହେଁ ପାକିସ୍ତାନ ର ଅନେକ ବିଦ୍ୟାଳୟ ର ୱେବସାଇଟ କୁ ମଧ୍ୟ ହ୍ୟାକ କରିଛି l ସେ ନିଜସ୍ୱ ନିର୍ମିତ ଗେମିଙ୍ଗ କ୍ୟାରେକ୍ଟର GIYU ଶବ୍ଦ ର ଉପଯୋଗ କରି ବିଭିନ୍ନ ଟୁଇଟର ହ୍ୟାଣ୍ଡେଲ ମଧ୍ୟ ତିଆରି କରିଥିଲା l ସେ GIYU ଶବ୍ଦ କୁ ନେଇ ଗୋଟିଏ ଆକାଉଣ୍ଟ ତିଆରି କରିଥିଲା l ଯାହା ଜରିଆରେ ସେ ପ୍ରବର୍ତନ ଏଜେନ୍ସି ଗୁଡିକୁ ତାକୁ ଧରିବା ପାଇଁ ମଧ୍ୟ ଆହ୍ୱାନ ଦେଇଥିଲା l

IEC 2 years
Leave A Reply