ବୁଗୁଡ଼ା :-୧୨/୯ ଜନୈକ ୧୦ ଶ୍ରେଣୀର ନାବାଳିକା ଛାତ୍ରୀକୁ ଦୁଷ୍କର୍ମ କରି ମୋଟାବାଡି ଗ୍ରାମର ଜନୈକ ଯୁବକ ଗିରଫ ହୋଇଥିବା ପ୍ରକାଶ। ଖବର ନେବାରେ ଜଣାଯାଇଛି ଯେ, ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମୋଟାବାଡି ଗ୍ରାମର ଭଗବାନ ପ୍ରଧାନ (୩୨) ନାମକ ଯୁବକ ତାହାର ଜନୈକ ଦୂର ସମ୍ପର୍କୀୟ, ନାବାଳିକା ଙ୍କୁ ଗତ ୯ ତାରିଖ ଦିନ ଦୁଷ୍କର୍ମ କରିଥିଲା।
ନାବାଳିକାଙ୍କ ପିତା ଗତ ୩ ମାସ ତଳେ ପରଲୋକ ଗମନ କରିଥିଲା ବେଳେ ନାବାଳିକା ବିଧବା ମାଆଙ୍କ ସହ ଘରେ ରହୁଥିବାର ସୁଯୋଗ ନେଇ ଭଗବାନ ଏ ଦୁଷ୍କର୍ମ କାଣ୍ଡ ଭିଆଇଥିଲା । ଗ୍ରାମବାସୀ ଏ କ୍ଷେତ୍ରରେ ହସ୍ତକ୍ଷପ କରି ମଧ୍ଯ ଅସଫଳ ହେବା ପରେ ବାଧ୍ୟ ହୋଇ ନାବାଳିକାଙ୍କ ମାଆ ବୁଗୁଡ଼ା ଥାନାରେ ଏତଲା ପ୍ରଦାନ କରିଥିଲେ। ବୁଗୁଡ଼ା ପୋଲିସ୍ ୨୬୪/୨୦ ପ୍ରକାରେ ମାମଲା ରୁଜୁ କରି ଯୁବକକୁ ଗିରଫ କରିଥିବା ପ୍ରକାଶ।
