ବୁଗୁଡ଼ା :-୨୨/୮ ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ପୂଜା କରାଯାଏ। ବିଶେଷ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗଣେଶ ପୂଜା ପାଳନ କରାଯାଇଥାଏ। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଗଣେଶ ମେଢ଼ କରାଯାଇ ପୂଜାର୍ଚ୍ଚନା କରାଯାଏ। ବିଦ୍ୟାର୍ଥୀମାନେ ନୂଆ ପୋଷାକ ପରିଧାନ କରି ଉପବାସ ରହିବା ସହ ପୂଜା ସ୍ଥାନରେ ଯାଇ ନଡ଼ିଆ ଭାଙ୍ଗନ୍ତି, ପୁଷ୍ପାଞ୍ଜଳି ଦିଅନ୍ତି।
ଓଡ଼ିଶାରେ ପିଲାମାନେ ଏହି ଦିନ “ଖଡ଼ିପୂଜା” କରି ବିଦ୍ୟା ଅନୁକୂଳ କରିଥାଆନ୍ତି। କିନ୍ତୁ ମହାମାରୀକରୋନା ପାଇଁ ଗଣପର୍ବ ଗଣେଶ ପୂଜା ଫିକା ପଡିଥିବାର ଦେଖିବାକୁ ମିଳିଛି ବୁଗୁଡ଼ା ସହରରେ ଯୁଆଡ଼େ ଦେଖିବା ଖାଲି ଖାଁ ଖାଁ । ବର୍ତମାନ ସାର୍ବଜନୀନ ପୂଜା ଉପରେ ରୋକ ଲଗାଇଛନ୍ତି ସ୍ଥାନୀୟ ପ୍ରଶାସନ । ବୁଗୁଡ଼ା ସହରର ଘରେ ଘରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିନା ଭକ୍ତଙ୍କ ପ୍ରବେଶରେ ପ୍ରଭୁଙ୍କର ରୀତିକାନ୍ତି କାର୍ଯ୍ୟ ସମ୍ପାଦନା କରାଯାଇଛି । ଓଡ଼ିଶା ସରକାରଙ୍କ କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇ ରୀତିକାନ୍ତ ଭାବରେ ସମ୍ପାଦନା କରାଯାଇଛି ।
