Odisha news

ନଗର ବିଜେଡି ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

0

ବୁଗୁଡା ୧୮/୮ ବୁଗୁଡା ନଗର ବିଜୁ ଜନତା ଦଳ ପକ୍ଷରୁ ବୁଗୁଡ଼ାରେ କରୋନା ସଚେତନତା ସହ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢ଼ୀଙ୍କ ନେତୃତ୍ୱରେ ବିଧାୟକଙ୍କ ପ୍ରତିନିଧି କେ.ତ୍ରିଲୋଚନ ଦୋରା, ଉପସଭାପତି ସନ୍ତୋଷ କୁମାର ଜେନା,ସାଧାରଣ ସମ୍ପାଦକ ରମଣ ନାହାକ,ବିଜୁ ଯୁବ ବାହିନୀ ସଭାପତି ଦୀପକ କୁମାର ମିଶ୍ର, ଛାତ୍ର ନେତା ହରପ୍ରସାଦ ମହାପାତ୍ର ପ୍ରମୁଖ ବୁଗୁଡା ସହରର ଜନଗହଳି ସ୍ଥାନ ମଦନମୋହନ ଛକ ନିକଟରେ ଜନସାଧାରଣଙ୍କୁ ମାସ୍କ ବାଣ୍ଟିବା ସହ କରୋନା ମହାମାରୀ ନେଇ ସଚେତନ କରାଇଥିଲେ। ବାହାରକୁ ନବାହାରି ଘରେ ରହିବା, ଅତି ଜରୁରୀ କାମରେ ଘରୁ ବାହାରକୁ ଆସିଲେ ନିଶ୍ଚିତ ଭାବେ ମାସ୍କ ପନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, କରୋନା ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ସ୍ୱାବ ପରୀକ୍ଷା କରିବାକୁ ଜନସାଧାରଣଙ୍କୁ ବୁଝାଇ ଜନସଚେତନତା ସୃଷ୍ଟି କରିଥିଲେ।

Nalco
Leave A Reply