Odisha news

ସାପ କାମୁଡ଼ାରେ ବିଧବା ମହିଳାଙ୍କ ମୃତ୍ୟୁ

0

ବୁଗୁଡ଼ା : ତା ୨୮/୦୬/୨୩ :  ଶଶୁରଙ୍କ ଦ୍ବାଦଶାହରେ ଜନୈକା ବିଧବା ମହିଳା ସାପ କାମୁଡ଼ାରେ ମୃତ୍ଯୁ ବରଣ କରିଥିବା ଜଣାଯାଇଛି । ମୃତା ମହିଳା ଜଣକ ପୋଲସରା ଥାନା ଅନ୍ତର୍ଗତ କଣିଆପଲ୍ଲୀ ଗ୍ରାମର ସ୍ବର୍ଗତ ଗୌତମ ବେହେରାଙ୍କ ପତ୍ନୀ ସଂଯୁକ୍ତା ବେହେରା (୪୮)। ପ୍ରକାଶ ଯେ , ଶଶୁରଙ୍କ ଦ୍ବାଦଶାହ କାର୍ଯ୍ୟରେ ବ୍ଯସ୍ତ ଥାଇ କୌଣସି କାମରେ ବାରିଘରକୁ ଯାଇଥିବା ବେଳେ ସେଠାରେ ଏକ ବିଷଧର ସାପ ତାଙ୍କର ଡାହାଣ ହାତ ବୁଢା ଅଙ୍ଗୁଳିକୁ କାମୁଡି ଦେଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲ ଏବଂ ପରେ ପୋଲସରା ମେଡିକାଲକୁ ନିଆଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା  । ସଂଯୁକ୍ତାଙ୍କ ମୃତ୍ୟୁରେ କଣିଆପଲ୍ଲୀ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Govt
Leave A Reply