Odisha news

ସେବା ସମବାୟ ସମିତି ସମ୍ପାଦକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ , ୧୪ଟି ସମିତିରେ ଝୁଲୁଛି ତାଲା

0

ବୁଗୁଡ଼ା : ତା ୦୨/୦୬/୨୩ :  ଓଡିଶା ସମବାୟ ସମିତି କର୍ମଚାରୀ ମହାମଞ୍ଚ ଭୁବନେଶ୍ବର ଡାକରା କ୍ରମେ ବୁଗୁଡ଼ା ସେବା ସମବାୟ ସମିତି ସମ୍ପାଦକମାନେ ଜୁନ୍ ପହିଲାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଜଣାଯାଇଛି । ସରକାରଙ୍କ ଦ୍ଵାରା ପ୍ରଦତ୍ତ ୩୭ଟି ଆଦେଶକୁ କେନ୍ଦ୍ର ବ୍ଯାଙ୍କ ଅଧିକାରୀମାନେ ବେଖାତିର କରି କାର୍ଯ୍ୟକାରୀ କରୁନଥିବା ଯୋଗୁଁ ମହାମଞ୍ଚ ତରଫରୁ ଏହାକୁ ଘୋର ବିରୋଧ କରାଯିବା ସହିତ ବୁଗୁଡ଼ା ଅଞ୍ଚଳର ୧୪ଟି ସେବା ସମବାୟ ସମିତିର ସମ୍ପାଦକମାନେ କାର୍ଯ୍ୟାଳୟରେ ତାଲା ଝୁଲାଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଫଳରେ ଅଞ୍ଚଳର ଚାଷୀଙ୍କୁ ଋଣ ପ୍ରଦାନ ସାଙ୍ଗକୁ ବିହନ ଓ ସାର ଯୋଗାଣ କ୍ଷେତ୍ରରେ ବିଶେଷ ବାଧା ଉପୁଜିଛି । ସମ୍ପାଦକମାନଙ୍କ ଆନ୍ଦୋଳନ ଯୋଗୁଁ ଚାଷୀ ଓ ଜମାକାରୀମାନଙ୍କ ଯେଉଁ କ୍ଷତି ଘଟିବ, ସେଥି ପାଇଁ ସରକାର ଓ ବିଭାଗୀୟ ଅଧିକାରୀମାନେ ଦାୟି ରହିବେ ବୋଲି ମହାମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply