ବୁଗୁଡ଼ା : ତା ୦୨/୦୩/୨୩ : ଆଜି +୨ କଳାର ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବୁଗୁଡ଼ା ଅଞ୍ଚଳର ୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୮୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାଯାଇଛି । ବୁଗୁଡ଼ା ପିପୁଲ୍ସ କଲେଜ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ମନୋଜ କୁମାର ଦାସଙ୍କ ତତ୍ତ୍ବାବଧାନରେ ୪୨୭ ଜଣ, ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ବାବଧାନରେ ୩୧୦ ଜଣ ଓ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ ସୁପରିଟେଣ୍ଡେଣ୍ଟ୍ ଅନୁପ କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ୧୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ତେବେ ପିପୁଲ୍ସ କଲେଜ କେନ୍ଦ୍ରରେ ପିପୁଲ୍ସ କଲେଜର ୨୯୭ ଜଣଙ୍କ ସମେତ ଅହଲ୍ୟାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୨ ଜଣ ଓ ବାଲୁଙ୍କେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କପିକୁ ରୋକିବା ପାଇଁ ପରୀକ୍ଷାର୍ଥୀଙ୍କୁ କଡାକଡି ଭାବେ ଯାଞ୍ଚ କରାଯାଇଥିବା ବେଳେ ଉକ୍ତ ୩ଟି କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହ ପ୍ରଥମ ଦିନର ପରୀକ୍ଷା ସମ୍ପନ୍ନ ହୋଇଥିବା ଜଣାଯାଇଛି ।
