ବୁଗୁଡା : ତା୨୫/୦୨/୨୩ : ବୁଗୁଡ଼ା ବ୍ଲକର ମାଣିବନ୍ଧ-ତାଳସାକର ରାସ୍ତା ନଇବର ନାଳ ନିକଟରେ ତାଳସାକର ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ବରଗଛ ଓ ଅଶ୍ବତତ୍ ଗଛ ରୋପଣ କରିଥିଲେ । ଗଛ ଗୁଡିକ ପ୍ରାପ୍ତ ବୟସ୍କ ହେବାପରେ ପବିତ୍ର ଫାଲଗୁନ ଶୁକ୍ଲ ପଞ୍ଚମୀ ତିଥିରେ ନାମଯଜ୍ଞ, ହୋମଯଜ୍ଞ ଓ ଅନ୍ନଯଜ୍ଞ କରି ବିବାହ ଉତ୍ସବ ଅନୁଷ୍ଠିତ କରାଇଥିଲେ। ଯଜ୍ଞ ଉତ୍ସବରେ ଜଗନ୍ନାଥ ଶତପଥି, ଅନନ୍ତ କର, ବୈଷ୍ଣବ ଚରଣ ଦାଶ ପ୍ରମୁଖ ପୂଜା କାର୍ଯ୍ୟ କରିଥିବା ବେଳେ ତାଳସାକର, ମାଣିବନ୍ଧ, ବେଠିଆବୋରଦା, ଚାଞ୍ଚରାପଲ୍ଲି ଆଦି ଗ୍ରାମର ସଂକିର୍ତ୍ତନ ଦଳ ନାମ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନଙ୍କ ସମେତ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା ।
