Odisha news

ବୁଗୁଡା : ସାତ ନମ୍ବର ୱାର୍ଡ଼ରେ କରୋନା ସଚେତନତା କାର୍ଯ୍ୟକ୍ରମ

0

ବୁଗୁଡା ୨୮/୭ : ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସାତ ନମ୍ବର ୱାର୍ଡ଼ରେ ମଙ୍ଗଳବାର ଦିନ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବୁଗୁଡା ଏନଏସି ପକ୍ଷରୁ ଆୟୋଜିତ ଏହି ଜନସଚେତନତା କାର୍ଯ୍ୟକ୍ରମରେ ବିଶ୍ୱରଞ୍ଜନ କର ଓ ରଶ୍ମିରଞ୍ଜନ ଦାଶ ଦୁଇ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ କିପରି ରକ୍ଷା ମିଳିବ ସେହି ବିଷୟ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।

ବାରମ୍ବାର ହାତ ଧୋଇବା, ଅତି ଆବଶ୍ୟକ ନପଡିଲେ ଘରୁ ବାହାରକୁ ନଯିବା, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା, ବହୁ ଲୋକ ଏକତ୍ରିତ ନହେବା, କରୋନା ଲକ୍ଷଣ ଦେଖାଦେଲେ ନଲୁଚାଇ ସଙ୍ଗେ ସଙ୍ଗେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ବା ପ୍ରଶାସନକୁ ଜଣାଇବା, ଥଣ୍ଡା ଜ୍ଵର ହେଲେ କ୍ୱାକ ଠାରୁ କିମ୍ବା ନିଜେ ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶ କରିବା ପ୍ରଭୃତି ବିଷୟ ପ୍ରତି ସଜାଗ ରହିଲେ କରୋନାକୁ ପରାଜୟ କରିପାରବ ବୋଲି ଦୁଇ ଅଧିକାରୀ ମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଏନଏସି କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Nalco
Leave A Reply