Odisha news

ପ୍ରାକ୍ତନ ପୋଲିସ ଅଧିକାରୀଙ୍କୁ ଛୁରିରେ ଆକ୍ରମଣ ଘଟଣାର ଅଭିଯୁକ୍ତ ଗିରଫ

0

ବୁଗୁଡ଼ା : ତା ୨୦/୦୧/୨୩ : ବୁଗୁଡ଼ା ବୁଦ୍ଧଖୋଲ ରୋଡରେ ଦୋକାନ କରିଥିବା ଅବସରପ୍ରାପ୍ତ ପୋଲିସ ଏଏସଆଇ ବିଜୟ କୁମାର ବିଷୋୟୀଙ୍କୁ ଛୁରିରେ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଏସ୍ଆଇ ସ୍ନେହା ମଞ୍ଜରୀ ସାହୁଙ୍କ ଠାରୁ ପ୍ରକାଶ ପାଇଛି  । ଗିରଫ ଅଭିଯୁକ୍ତ ଜଣକ ହେଲେ ଦିଲ୍ଲୀପ କୁମାର ଦାଶ । ଘଟଣାରୁ ପ୍ରକାଶ ଯେ, ଗତ ୩ ତାରିଖ ସନ୍ଧ୍ୟାରେ ବିଜୟ ଦୋକାନରେ ବସିଥିବା ବେଳେ ଉକ୍ତ ସାହିର ଗଞ୍ଜୁଡୁ ଯୁବକ ଦିଲ୍ଲୀପ ଏକ ଥଣ୍ଡା ପାନୀୟ ମାଗିଥିଲା । ତେବେ ବାକି ଦିଆଯିବ ନାହିଁ ବୋଲି ବିଜୟ କହିବାରୁ ଦିଲ୍ଲୀପ ଘରକୁ ଫେରି ଯାଇ ଏକ ଛୁରା ଧରି ପୁଣି ଆସିଥିଲା ଏବଂ ଥଣ୍ଡା ଦିଅ ବୋଲି ମାଗିଥିଲା । ତେବେ ତମକୁ ଦିଆଯିବ ନାହିଁ ବୋଲି ବିଜୟ ରୋକଠୋକ୍ ଶୁଣାଇବା ପରେ ଦିଲ୍ଲୀପ ଧରି ଥିବା ଛୁରୀରେ ବିଜୟଙ୍କୁ ଆକ୍ରମଣ କରିବାରେ ତାଙ୍କର ମୁଣ୍ଡ ଓ ବାମ ହାତରେ ଗଭୀର ଆଘାତ ଲାଗିଥିଲା l ବିଜୟଙ୍କୁ ପରିବାର ଲୋକେ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଏନେଇ ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଥିଲା । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୯/୨୩ରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ଘଟଣା ପରଠୁ ଫେରାର ଥିବା ଅଭିଯୁକ୍ତ ଦିଲ୍ଲୀପକୁ ଆଜି ତା’କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Nalco
Leave A Reply