ବୁଗୁଡା : ତା ୨୮/୧୦/୨୨ : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଜାତୀୟ କୃଷି ବୈଷୟିକ ମିଶନ୍ ଆନୁକୂଲ୍ୟରେ ବୁଗୁଡ଼ା କୃଷି କାର୍ଯ୍ୟାଳୟ ପକ୍ଷରୁ ଆଜି ପଙ୍କଳସାହି ଗ୍ରାମର ଚାଷୀ ଭାବଗ୍ରାହୀ ମହାନ୍ତିଙ୍କ କୃଷି ଫାର୍ମରେ ମାଣ୍ଡିଆ ଚାଷ ସମ୍ପର୍କରେ କୃଷକ କ୍ଷେତ୍ର ବିଦ୍ୟାଳୟ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ଓ ସ୍ବାଗତିକା ପତି ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ଧାନ ବଦଳରେ ମଧ୍ୟମ ଓ ଢିପ ଜମିରେ କିପରି ମାଣ୍ଡିଆ ହୋଇ ପାରିବ ଏବଂ ତା’ର ଚାଷ ପଦ୍ଧତି ସଂପର୍କରେ ଉପସ୍ଥିତ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏଥିସହ ମାଣ୍ଡିଆ ଫସଲରେ ଖାଦ୍ୟ ସାର ପରିଚାଳନା,ସମନ୍ବିତ ରୋଗ, ପୋକ ପରିଚାଳନା,ମାଣ୍ଡିଆ ଅମଳର ପରବର୍ତ୍ତୀ ପ୍ରକ୍ରିୟାକରଣ ପଦ୍ଧତି ସଂପର୍କରେ ମଧ୍ୟ ଅଧିକାରୀ ତାଲିମ ପ୍ରଦାନ କରିଥିଲେ। ତାଲିମ ଶେଷରେ କୃଷି ବିଭାଗ ତରଫରୁ ଆୟୋଜିତ କୃଷି ପ୍ରଦର୍ଶନୀକୁ କୃଷକମାନେ ପରିଦର୍ଶନ କରି ଚାଷ ପଦ୍ଧତି ବିଷୟରେ ଜ୍ଞନ ଆହରଣ କରିଥିଲେ। ପରିଶେଷରେ ସହକାରୀ ବୈଷୟିକ ସହାୟକ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
