Odisha news

ଘୁମୁସର ର ସ୍ବର”ପକ୍ଷରୁ ୧୧୬ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର : ଡକ୍ଟର ଦାଶରଥି ଭୂୟାଁ ସମ୍ବର୍ଦ୍ଧିତ

0
ବୁଗୁଡା:-ତା୦୯-୧୦-୨୦୧୦ ଘୁମୁସରର ପବିତ୍ର ମାଟି ପ୍ରତାପ ଧନଞ୍ଜୟ ପୁର ଶାସନ ଠାରେ ଓଡିଆ ଭାଷା,ସାହିତ୍ୟ,କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ୧୧୬ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ପ୍ରାଚୀନ ଧନଞ୍ଜୟ ପାଠାଗାର ଠାରେ ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ବର୍ଷିୟାନ ଲେଖକ ତଥା ଅଧିବକ୍ତା ସୋମନାଥ ନାୟକ,କବି ସୁକୁମାର ବିଶ୍ବାଳ,ନେତାଜୀ ବିଷୋୟୀ,ଅନନ୍ତ କର, ଗୈ।ରୀ ଶଙ୍କର ମିଶ୍ର, ଆଧ୍ୟାପକ କାଳୁଚରଣ ନାୟକ,ଖଲିପରିଡା ଓ କୈଳାଶ ଚନ୍ଦ୍ର ପ୍ରଧାନ ପମୁଖ ଯୋଗଦେଇ ଗଞ୍ଜାମର ଐତିହ୍ୟ ପରମ୍ପରା ଓ ସଂସ୍କୃତିର ରୋମନ୍ଥନ କରିଥିଲେ ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ଗାଳ୍ପିକ ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ରାଜନିତୀ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଡକ୍ଟର ଦାଶରଥି ଭୂୟାଁଙ୍କୁ ଘୁମୁସର ର ସ୍ବର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।
କବି ଡ.ପଞ୍ଚାନନ ନାହାକ,ପୂର୍ଣ୍ଣଚନ୍ଦ୍ର ଭୋଳ,ଶ୍ରୀଧର ମିଶ୍ର,ଅଜୟ ପ୍ରସାଦ ଷଢଙ୍ଗୀ,ନିରଞ୍ଜନ ଖାଡଙ୍ଗା,ପୁର୍ଣ୍ଣଚନ୍ଦ୍ର ଖଡଙ୍ଗା,ହିମାଂଶୁ ଶେଖର ମିଶ୍ର,ବସନ୍ତ ବିଷୋୟୀ,ରମାକାନ୍ତ ରାଉତ କବିତା ପାଠ କରିଥିବା ବେଳେ ଉକ୍ତ ବ୍ରାହ୍ଣଣ ଶାସନର ପାଞ୍ଚଜଣ ପଣ୍ଡିତ ମଧୂସୁଦନ ଷଢ଼ଙ୍ଗୀ,ଜବାହରଲାଲ୍ ଖଡ‌ଙ୍ଗା,ଶିବ ପ୍ରସାଦ ରଥ,ସୁବାସ ଚନ୍ଦ୍ର ଷଢ‌ଙ୍ଗୀ,ସଦାଶିବ ଷଢ଼ଙ୍ଗୀଙ୍କୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ଐତିହ୍ୟର ମାଟି ପ୍ରତାପ ଧନଞ୍ଜୟ ଭଞ୍ଜଙ୍କ ପ୍ରତିଷ୍ଠିତ ବ୍ରାହ୍ଣଣ ଶାସନ ପ୍ରତାପ ଧନଞ୍ଜୟପୁର ମା’ଶାଙ୍କୁଳାୟି ପୀଠର ପବିତ୍ରତାକୁ ଆହୁରି ବୃଦ୍ଧି କରୁଛି ବୋଲି ଡ଼.ଦାଶରଥି ଭୂୟାଁ ନିଜ ବକ୍ତବ୍ୟରେ ଭୂୟସି ପ୍ରଶଂସା କରିଥିଲେ। ଶେଷରେ ଇ.ନୀଳାଞ୍ଚଳ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Nalco
Leave A Reply