Odisha news

ପାରିବାରିକ କଳହର କୁପରିଣତି, ବିଷପାନ କରି ଗ୍ରାମରକ୍ଷୀଙ୍କ ମୃତ୍ୟୁ

0

ବୁଗୁଡ଼ା : ତା ୦୭/୦୯/୨୨ : ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗି ଗ୍ରାମରେ ବିଷପାନ ଯୋଗୁଁ ଜନୈକ ବ୍ଯକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ ଜଣକ କରସିଙ୍ଗି ଗ୍ରାମର ଗ୍ରାମରକ୍ଷୀ କାର୍ତ୍ତିକ ନାଇକ (୫୨) ବୋଲି ଜଣାପଡିଛି  । ଘଟଣାରୁ ପ୍ରକାଶ ଯେ, ଗତକାଲି ରାତିରେ ପାରିବାରିକ କଳହକୁ କେନ୍ଦ୍ର କରି କାର୍ତ୍ତିକ ଘରେ ବାଇଗଣ ଗଛରୁ କୀଟ ମାରିବା ପାଇଁ ରଖାଯାଇଥିବା କୀଟନାଶକ ଔଷଧ ପିଇ ଦେଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲେ ହେଁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁଣି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା  । ସେଠାରେ ସେ ମୃତ୍ୟୁବରଣ କରିଥିଲେ ।

Nalco
Leave A Reply