Odisha news

ଦମକଳବାହିନୀ ଦ୍ବାରା ଆହତ କୃଷ୍ଣସାର ମୃଗ ଉଦ୍ଧାର

0
ବୁଗୁଡ଼ା : ତା ୨୯/୦୮/୨୨ :  ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ପୋଚାଲୁଣ୍ଡି ବିଲମାଳରୁ ଏକ ଆହତ କୃଷ୍ଣସାର ମୃଗକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି  । ଘଟଣାରୁ ପ୍ରକାଶ ଯେ , ଆଜି ସକାଳ ୯ଟା ବେଳେ ପୋଚାଲୁଣ୍ଡି ଗ୍ରାମର ତଇଲା ବିଲମାଳ ମୁହାଣରେ ଥିବା ଏକ ଖାଲରେ କୃଷ୍ଣସାର ମୃଗଟିଏ ପଡି ଆହତ ଅବସ୍ଥାରେ ଛଟପଟ ହେଉଥିବା ବେଳେ କିଛି ଚାଷୀ ଦେଖିବାକୁ ପାଇଥିଲେ । ସେମାନେ ବହୁତ ଚେଷ୍ଟା କରିଥିଲେ ସୁଦ୍ଧା କୃଷ୍ଣସାର ମୃଗଟିକୁ ସେଠାରୁ ଉଦ୍ଧାର କରିପାରି ନଥିଲେ । ଏନେଇ ପୋଚାଲୁଣ୍ଡି ଗ୍ରାମର ସ୍ବେଛାସେବୀ ଭଗବାନ ପ୍ରଧାନ ଦମକଳବାହିନୀକୁ ଯୋଗାଯୋଗ କରିବା ପରେ ସେମାନେ ଘଟଣା ସ୍ଥଳରେ ପହଞ୍ଚି ମୃଗଟିକୁ ଉଦ୍ଧାର କରିଥିଲେ  । ମୃଗଟିର ପଛପଟ ଦୁଇଟିଯାକ ଗୋଡରେ ଆଘାତ ଲାଗିଥିବା ହେତୁ ସେ ଠିକ୍ ଭାବରେ ଛିଡା ହୋଇ ପାରୁନଥିଲା । ଏ ଖବର ପାଇ ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଆହତ କୃଷ୍ଣସାର ମୃଗଟିକୁ ହସ୍ତାନ୍ତର କରାଯାଇଥିଲା ।
Nalco
Leave A Reply