Odisha news

ମଳଦ୍ୱାର ପଟେ ଗ୍ଲାସ ପୁରାଇ ଦେଲେ ମଦ୍ୟପ ବନ୍ଧୁ

0

ବୁଗୁଡ଼ା : ତା ୨୨/୦୮/୨୨ : ପେଟରୁ ବାହାରିଲା ଷ୍ଟିଲ ଗିଲାସ l ଜଣେ ଦାଦନ ଶ୍ରମିକଙ୍କ ପେଟରୁ ଗ୍ଲାସ ବାହାରିବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ବୁଗୁଡା ବ୍ଳକ  କଳମ୍ବ ଗ୍ରାମପଞ୍ଚାୟତ ଅଧିନରେ ଥିବା ଢେଉଗାଁର କୁଷ୍ଣ ରାଉତଙ୍କ ପେଟର ଅସ୍ତ୍ରପଚାର କରାଯାଇ ବାହାର କରାଯାଇଛି ଷ୍ଟିଲ ଗିଲାସ l କୃଷ୍ଣଙ୍କ ମଳଦ୍ୱାର ପଟେ ଗ୍ଲାସ ପୁରାଇ ଦେଲେ ମଦ୍ୟପ ସାଙ୍ଗ ମାନେ l କୃଷ୍ଣ ବହୁବର୍ଷ ଧରି ସୁରତରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ସୁରତ ଅଞ୍ଚଳରେ କୃଷ୍ଣ ତାଙ୍କ ମଦ୍ୟପ ବନ୍ଧୁମାନଙ୍କ ସହିତ ଆଜକୁ ପ୍ରାୟ ଆଠଦିନ ତଳେ ମଦ୍ୟପାନ କରିଥିଲେ l ମଦ୍ୟପାନ କରିବା ପରେ ମଦ ନିଶାରେ କୌଣସି କାରଣ ବଶତଃ ମଦ୍ୟପ ବନ୍ଧୁମାନେ କୃଷ୍ଣଙ୍କ ମଳଦ୍ୱାରରେ ଏକ ଷ୍ଟିଲ୍ ଗ୍ଲାସ ଜବରଦସ୍ତ ପୁରାଇ ଦେଇଥିଲେ l ସୁରତରେ କୃଷ୍ଣ ଯନ୍ତ୍ରଣା ଅନୁଭବ କରିବାରୁ  ନିଜ ଗ୍ରାମ ଢେଉଗାଁକୁ ଚାଲି ଆସିଥିଲେ l  ପରିବାର ଲୋକେ କୃଷ୍ଣଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନେଇଥିଲେ ଏବଂ ସେଠାରେ ପରୀକ୍ଷା ନିରୀକ୍ଷା ପରେ ତାଙ୍କ ପେଟରେ ଏକ ଗ୍ଲାସ ଥିବା ଜଣା ପଡିଥିଲା l ପ୍ରଫେସରମାନେ ତିନିଘଣ୍ଟା ଧରି ଅସ୍ତ୍ରୋପଚାର ପରେ କୃଷ୍ଣଙ୍କ ପେଟ ଭିତରୁ ଷ୍ଟିଲ୍ ଗ୍ଲାସଟିକୁ ବାହାର କରିବାରେ ସଫଳ ହୋଇଥିଲେ l  ଅସ୍ତ୍ରୋପଚାର ପରେ ବର୍ତ୍ତମାନ କୃଷ୍ଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି  l ତେବେ  କୁଷ୍ଣଙ୍କ ପରିବାର ପକ୍ଷରୁ ଏନେଇ ବୁଗୁଡା ଥାନା କିମ୍ବା ବାଲିପଦର ଫାଣ୍ତିରେ କୌଣସି ଏତଲା ଦିଆଯାଇନଥିବା ଜଣା ପଡିଛି l

Ad2
Leave A Reply