Odisha news

ବୁଗୁଡ଼ା ବ୍ଲକ୍ ରେ ୪୭ କୋଭିଡ୍ ଯୋଦ୍ଧା ସଂକ୍ରମିତ

0

ବୁଗୁଡ଼ା :-୧୩/୭ ଆଜି ସୁଦ୍ଧା ବୁଗୁଡ଼ା ବ୍ଳକ୍ ରେ ୪୭ ଜଣ କୋଭିଡ୍ ଯୋଦ୍ଧା ସଂକ୍ରମିତ ହୋଇଥିବା ଜଣାଯାଇଛି। ଏହି ବ୍ଲକ୍ ରେ ଆଜି ସୁଦ୍ଧା ସମୁଦାୟ ୧୬୪ ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ୪୭ ଜଣ କରୋନା ଯୋଦ୍ଧା ଅନ୍ତର୍ଭୁକ୍ତ ଅଛନ୍ତି। ସଂକ୍ରମିତ ଏହି ୪୭ ଙ୍କ ମଧ୍ୟରୁ ୪୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୭ ଜଣ ଚିକିତ୍ସାଧିନ ଅଛନ୍ତି। ଏହି କୋଭିଡ୍ ଯୋଦ୍ଧା ଙ୍କ ମଧ୍ୟରେ ପୋଲିସ୍, ଅଗ୍ନିଶମ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ଥିବାବେଳେ ଶିକ୍ଷକ ମଧ୍ଯ ଅଛନ୍ତି। ତେବେ ସମୁଦାୟ ୧୬୪ ସଂକ୍ରମିତଙ୍କ ମଧ୍ୟରୁ ୮୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୮୨ ଜଣ ଚିକିତ୍ସାଧିନ ଅଛନ୍ତି। ବୁଗୁଡ଼ା ଅ଼ଞ୍ଚଳରେ ହୁ ହୁ ହୋଇ ସଂକ୍ରମଣ ବଢୁଥିବା ଯୋଗୁଁ ପ୍ରଶାସନ କେମିତି ରୋକାଯିବ ତାହାର ବାଟ ପାଉ ନାହାଁନ୍ତି।

 

ସଂକ୍ରମିତ ମାନଙ୍କୁ ଚିହ୍ନଟ ପାଇଁ ଦୁଇ ଦିନ ପରେ ଆଣ୍ଟିଜେନ ପରୀକ୍ଷା କରାଯିବା ସ୍ଥିର ହୋଇଛି ଓ ଯେଉଁମାନେ ଚାହିଁବେ ସେମାନେ ନିଜର ଅମ୍ଳଜାନ ସ୍ତର ପରୀକ୍ଷା କରିବା ପାଇଁ ମଧ୍ଯ ପ୍ରତ୍ୟେକ ଅଙ୍ଗନୱାଡ଼ି କର୍ମୀଙ୍କ ପାଖରେ ଅକ୍ସିମିଟେର ରହିବ ବୋଲି ଜଣାଯାଇଛି। ତେବେ ଜନୈକ ଡାକ୍ତରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଣ୍ଟିଜେନ୍ ପରୀକ୍ଷା ଅପେକ୍ଷା ସ୍ୱାବ୍ ପରୀକ୍ଷଣରେ ଅଧିକ ସଚେତନତା ଥାଏ। ଆଜି ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଏଲ ଏଚ ଭି ଙ୍କ ପଜେଟିଭ୍ ରିପୋର୍ଟ ମିଳିବା ପରେ ରୋଗୀମାନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସଂପୃକ୍ତ ଏଲ୍ ଏଚ ଭି ଓ ତାଙ୍କ ସ୍ଵାମୀ ସଂକ୍ରମିତ ଥିବାରୁ କୋଭିଡ଼୍ ଚିକିତ୍ସା କେନ୍ଦ୍ରକୁ ଆଜି ପଠାଇ ଦିଆଯାଇଛି।

Nalco
Leave A Reply