Odisha news

ଗଣେଷ ବଜାର ଓ ମାଛ-ମାଂସ ବଜାର ପିଣ୍ଡି ଭାଙ୍ଗିଲା ଏନ୍ଏସି ପ୍ରଶାସନ

0
ବୁଗୁଡ଼ା : ତା ୧୦/୦୮/୨୨ :  ଦୀର୍ଘ ବର୍ଷ ଧରି ବହୁବାର ଅଭିଯୋଗ ପରେ ଆଜି ସ୍ଥାନୀୟ ଗଣେଶ ବଜାର ଏବଂ ମାଛ-ମାଂସ ବଜାର ପିଣ୍ଡିକୁ ଉଚ୍ଛେଦ କରିଛି ଏନ୍ଏସି ପ୍ରଶାସନ । ଗତ ୨୦୧୩ ମସିହାରେ ନିର୍ମିତ ଗଣେଶ ବଜାରର ମଝିରେ ରହିଥିବା ପିଣ୍ଡି ବ୍ଯବସାୟୀଙ୍କ ନିମନ୍ତେ ଉଦ୍ଦିଷ୍ଟ ବୋଲି ଏନଏସି ପକ୍ଷରୁ କୁହାଯାଉଥିଲେ ହେଁ ତାହା ଅସାମାଜିକତତ୍ତ୍ବଙ୍କ କାମରେ ଆସୁଥିଲା ଏବଂ ସେଠାକାର ବ୍ଯବସାୟୀ କିମ୍ବା ଗ୍ରାହକଙ୍କ ହିତ ସାଧନ ହୋଇପାରୁନଥିଲା । ସେନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ଅନ୍ୟପକ୍ଷରେ ୨୦୧୭ ମସିହାରେ ଲୋକାର୍ପିତ ମାଛ-ମାଂସ ବଜାର ମଝିରେ ଥିବା ପିଣ୍ଡି ଯୋଗୁଁ ଗ୍ରାହକଙ୍କ ଚଳପ୍ରଚଳ ଆବଶ୍ୟକୀୟ ଜାଗା ମିଳିପାରୁନଥିବାରୁ ବଜାର ମୁହଁରେ ଥିବା ଜଣେ ଦୁଇ ଜଣ  ବେପାରୀଙ୍କ ବେପାର ଜମୁଥିଲା ବେଳେ ଅନ୍ୟମାନଙ୍କର ବେପାର ମାନ୍ଦା ହେଉଥିଲା । ଅଥଯା ପିଣ୍ଡି ନିର୍ମାଣକୁ ଆଳକରି ବେପାରୀମାନେ ସେଠାରୁ ଉଠିଆସି ମୁଖ୍ୟ ରାସ୍ତାକଡରେ ମାଛ ପସରା ମେଲାଇ ବେପାର କରିବାରୁ ରାସ୍ତାଘାଟ ଦୁର୍ଗନ୍ଧରେ ଫାଟି ପଡୁଥିବା କାରଣରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିଲା । ଏନେଇ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ଯବସ୍ଥା ସପ୍ନ ପାଲଟିଥିଲା । ତେବେ ପଦକ୍ଷେପ ଗ୍ରହଣରେ ବହୁ ବିଳମ୍ବ ସତ୍ତ୍ୱେ ଆଜି ସକାଳେ ହଠାତ୍ ଏନ୍ଏସି ପ୍ରଶାସନ ପକ୍ଷରୁ ବୁଲଡୋଜର ଲଗାଇ ଉଭୟ ମାର୍କେଟର ପିଣ୍ଡି ଉଚ୍ଛେଦ କରାଯାଇଥିବାରୁ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି
Nalco
Leave A Reply