ବୁଗୁଡ଼ା : ତା ୦୯/୦୮/୨୨ : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୋଲିସ ୧୧ ଜଣ ଜୁଆଡ଼ିଙ୍କୁ କାବୁ କରିବା ସହ ସେଠାରୁ ୭୩୦୦ ଟଙ୍କା ଏବଂ ତାସ କାଟା ଜବତ କରିଥିବା ଜଣାଯାଇଛି । ପ୍ରକାଶ ଯେ , ପୋଲିସର ଦୃଷ୍ଟି ଆଢୁଆଳରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୁଆଖେଳ ଚାଲିଆସୁଥିବା ବେଳେ ଆଜି ଅପରାହ୍ନରେ ମଧ୍ୟ ବିଷ୍ଣୁଚକ୍ର ଗାଁର ନାରାୟଣ ମନ୍ଦିର ପଛପଟେ ଜୁଆ ଖେଳ ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ସେଠାରେ ଅଚାନକ ଚଢ଼ାଉ କରି ଜୁଆଡ଼ିଙ୍କୁ କାବୁ କରିବା ସହ ଟଙ୍କା ଓ ତାସ ଜବତ କରିଥିବା ନେଇ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।