Odisha news

ଦୁଇ ନିଶା ମାଫିଆ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବ୍ଯାଜାପ୍ତି

0
ବୁଗୁଡା : ତା ୨୮/୦୭/୨୨ : ବୁଗୁଡା ସହରର ରଘୁନାଥ ସାହିରେ ଥିବା ଦୁଇ ନିଶା ମାଫିଆ ଭାଇଙ୍କ ବେଆଇନ ଭାବେ ଅର୍ଜନ କରିଥିବା ଅଜସ୍ର ସମ୍ପତ୍ତି ମଧ୍ୟରୁ ମାତ୍ର ୩ କୋଟି ଟଙ୍କାର ସମ୍ପତ୍ତି ବ୍ଯାଜାପ୍ତି ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନଡିପିଏସ୍ ଆକ୍ଟ ଅନୁଯାୟୀ କଲିକତାର ଏକ ପ୍ରାଧିକୃତ ସଂସ୍ଥା ଅଧିକାରୀମାନେ ଏହି ସମ୍ପତ୍ତି ବ୍ଯାଜାପ୍ତି କରିଥିବା ଜଣାପଡିଛି। ଏଥିରେ ଦୁଇ ନିଶା ମାଫିଆ ଭାଇ ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନ ଗତ ୬ ବର୍ଷ ମଧ୍ୟରେ କିଣିଥବା ୫ଟି ବ୍ଯବସାୟିକ କୋଠା, ୮ଟି ଜମି ଓ ୫୯୫ ଗ୍ରାମର ସୁନା ଥିବା ଜଣାପଡିଛି।  ପ୍ରକାଶ ଯେ , ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ କାଳ ସ୍ଥାନୀୟ ପ୍ରଶାସନକୁ ଖାତିରି ନକରି ନିରଙ୍କୁଶ ଭାବେ ନିଶା ବ୍ଯାପାର ଚଳାଇ ଆସୁଥିବା ବୁଗୁଡ଼ା ଏନଏସି ଅନ୍ତର୍ଗତ ରଘୁନାଥ ସାହିର ଦୁଇ ନିଶା ମାଫିଆ ଭାଇଙ୍କ ଘର ଉପରେ ଗତ ଏପ୍ରିଲ ୨୮ ତାରିଖ ରାତିରେ ଭୁବନେଶ୍ବର ଏସଟିଏଫ ଟିମ ଅଚାନକ ଚଢ଼ାଉ କରି ବ୍ଯାପକ ଗଞ୍ଜେଇ ଓ ଅଫିମ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା ।
Nalco
Leave A Reply