Odisha news

ଅଜଣା ଗାଡି ଧକ୍କାରେ କୃଷ୍ଣସାର ମୃଗର ମୃତ୍ୟୁ

0

ବୁଗୁଡ଼ା : ତା ୨୫/୦୫/୨୨ : ବୁଗୁଡ଼ା ବାଲିପଦର ମୁଖ୍ୟରାସ୍ତାର ବାଙ୍କେଶ୍ୱରୀ ମନ୍ଦିର ନିକଟରେ ଆଜି ମଧ୍ୟାହ୍ନରେ ଅଜଣା ଗାଡି ଧକ୍କାରେ ଗୋଟିଏ ମାଈ କୃଷ୍ଣସାର ମୃଗର ମୃତ୍ୟୁ ଘଟିଥିବା ଜଣାପଡିଛି l ମୃଗଟି ଗୁରୁତର ଅବସ୍ଥାରେ ରାସ୍ତା କଡରେ ପଡ଼ିଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେବା ପରେ ବୁଗୁଡ଼ା ବନ ବିଭାଗ ବନପାଳ ସୁବ୍ରତ କୁମାର ତ୍ରିପାଠୀ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ମୃଗଟିର ମୃତ୍ୟୁ ହୋଇଯାଇଥିବାରୁ ମୃତ ଦେହକୁ ବନ ବିଭାଗ କାର୍ଯ୍ୟାଳୟକୁ ଅଣା ଯାଇଥିଲା l ପ୍ରାଣୀ ଚିକିତ୍ସକ ଭଗବତୀ ପ୍ରସାଦ ଦାସ ମୃତ ଦେହକୁ ବ୍ୟବଛେଦ କଲା ପରେ କାର୍ଯ୍ୟାଳୟ ପରିସରରେ ପୋତି ଦିଆ ଯାଇଥିଲା l ଏନେଇ କେସ୍ ନଂ ୨/୨୨ -୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବନ ବିଭାଗ ସୂଚନା ଦେଇଛି l

Leave A Reply