ବୁଗୁଡା : ତା ୦୭/୧୨/୨୧ : ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଅପହରଣ କରିବା ଘଟଣାରେ ଅପହରଣକାରୀ ପୁତୁରାକୁ ସହଯୋଗ କରିଥିବା ଅଭିଯୋଗରେ ଦାଦାକୁ ଆଜି ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମର ରବି ନାୟକ । ଏ ନେଇ ଥାନାରେ କେସ୍ ନଂ ୫୮୧/୨୧ରେ ଏକ ମାମଲା ରୁଜୁ ହୋଇଥିବା ସମ୍ପର୍କେ ଆଇଆଇସି ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି । ପ୍ରକାଶ ଯେ , ଗତ କୁମାର ପୂର୍ଣ୍ଣିମା ଦିନ ସଂପୃକ୍ତା ନାବାଳିକା ଜଣକ ନିଖୋଜ ହୋଇ ଯାଇଥିଲେ । ବହୁ ଖୋଜା ଖୋଜି ପରେ କୌଣସି ପତ୍ତା ନ ମିଳିବାରୁ ପରିବାର ପକ୍ଷରୁ ଏନେଇ ଥାନାରେ ଗତ ନଭେମ୍ବର ୫ ତାରିଖରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ଅନୁସନ୍ଧାନ କରି ଅପହରଣକାରୀ ସମ୍ପର୍କରେ ଜାଣି ପାରିଥିଲା । ତେବେ ଫେରାର୍ ଥିବା ଅପହରଣକାରୀ ପୁତୁରାକୁ ସହଯୋଗ କରିଥିବା ଅଭିଯୋଗରେ ଦାଦାକୁ ଆଜି ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା