ବୁଗୁଡ଼ା :-୨୦/୯ ବୁଗୁଡ଼ା ବ୍ଲକ୍ କଳମ୍ବ କାଦପଡା ଗ୍ରାମର ବାବୁଲା ସାହୁ (୪୫) ନାମକ ଏକ ବ୍ଯକ୍ତି ମୂଷାମରା ଔଷଧ ଖାଇ ଆତ୍ମହତ୍ଯା ଉଦ୍ୟମ କରି ଗୁରୁତର ହେବାପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ପ୍ରକାଶ। ବାବୁଲା ଆଜକୁ ୩ ବର୍ଷ ତଳେ ସୁରଟରେ ରହି କାମ କରୁଥିବା ବେଳେ ମଦ୍ୟପାନ ପୂର୍ବକ ଟ୍ରେନ୍ ରୁ ପଡି ଡ଼ାହାଣ ହାତଟି ହରେଇ ଭିନ୍ନକ୍ଷମ ହୋଇ ଯାଇଥିଲା।
ତାପରଠାରୁ ନିଜ ଗାଁ କାଦପଡା ରେ ରହିଆସୁଥିଲା। ଏବଂ ପର ସ୍ତ୍ରୀ ମଜୁରୀ ଖଟି ତାର ସ୍ଵାମୀ ଓ ୩ ଝିଅଙ୍କ ଭରଣ ପୋଷଣ କରିଆସୁଥିଲା। ୨୦ ତାରିଖ ଦିନ ୧୧ ଟା ବେଳେ ବାବୁଲା ମଦ୍ୟପାନ କରି ମୂଷା ମରା ଔଷଧ ଖାଇଦେଇ ଛଟପଟ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ହସ୍ପିଟାଲ କୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାହାକୁ ଅଧିକତର ଚିକିତ୍ସା ପାଇଁ ବ୍ରହ୍ମପୁର କୁ ପଠାଯାଇଥିବା ପ୍ରକାଶ।
