Odisha news

ଛାତରୁ ଖସି ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ

0

ବୁଗୁଡ଼ା :-୧୮/୯ ବୁଗୁଡ଼ା କୁସୁମୀ ସେତୁ ନିକଟସ୍ଥ ଆଳୁ ଗୋଦାମ୍ ଠାରେ ଜଣେ କର୍ମରତ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି ପ୍ରକାଶ ଯେ ଆଳୁ ଗୋଦାମ୍ ର ଛାତ କାମ କରୁଥିବା ବୁଗୁଡ଼ା ସୀମାଞ୍ଚଳ ମାର୍ଗ ନିବାସୀ ବିପ୍ର ଚରଣ ସ୍ଵାଇଁ (୬୦) ହଠାତ୍ ଖସିପଡି ମୃତ୍ୟୁ ବରଣ କରିଛନ୍ତି। ଆଜି ସକାଳ ପ୍ରାୟ ୯ ଟା ବେଳେ ବିପ୍ର ଚରଣ ଛାତରେ ପାଣି ଦେଉଥିଲା ବେଳେ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଏବଂ ତାହାଙ୍କ ମୁଣ୍ଡରେ ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ପୋଲିସ ଘଟଣା ସ୍ଥଳ କୁ ଯାଇ ଅନୁସନ୍ଧାନ କରିବା ସହିତ ୟୁଡି କେଶ୍ ନଂ ୩୦/୨୦ ପ୍ରକାରେ ରୁଜୁ କରି ମୃତ ଶରୀର କୁ  ବ୍ଯବଛେଦ ପାଇଁ ପଠାଯାଇଛି ବୋଲି ଥାନାଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ।

Nalco
Leave A Reply