Odisha news

ଗୌତମ ବୁଦ୍ଧ ଙ୍କ ନିର୍ବାଣ ପ୍ରାପ୍ତି ପରେ ଯଶୋଧାରା କିପରି ଜୀବନ ଅତିବାହିତ କରିଥିଲେ

0

ଗୌତମ ବୁଦ୍ଧ ଙ୍କୁ ନେଇ ଆମେ ଇତିହାସ ରେ ଅନେକ କଥା ପଢ଼ିଛୁ । ଯାହା ଆମକୁ ଗୋଟିଏ ଆଦର୍ଶ ଜୀବନ ଅତିବାହିତ କରିବା ପାଇଁ ପ୍ରବର୍ତ୍ତାଇ ଥାଏ । ଗୌତମ ବୁଦ୍ଧ ଙ୍କୁ ମଧ୍ୟ ଭଗବାନ ବିଷ୍ଣୁ ଙ୍କ ର ଗୋଟିଏ ଅବତାର ଭାବରେ ହିନ୍ଦୁ ଧର୍ମରେ ଗ୍ରହଣ କରାଯାଏ । ବୁଦ୍ଧ ଦେବ ସାକ୍ୟ ବଂଶ ର ରାଜା ଶୁଦ୍ଧୋଦନ ଓ ରାଣୀ ମାୟା ଦେବୀ ଙ୍କ ସନ୍ତାନ ଥିଲେ । ସେ ଲୁମ୍ବିନୀ ବନରେ ଜନ୍ମ ନେଇଥିଲେ ଓ ବାଲ୍ୟ କାଳରେ ତାଙ୍କ ନାମ ସିଦ୍ଧାର୍ଥ ଥିଲା । ମାନ୍ୟତା ରହିଛି ଯେ ଯେତେବେଳେ ରାଣୀ ମାୟା ଦେବୀ ଗର୍ଭବତୀ ଥିଲେ , ସେତେବେଳେ ତାଙ୍କୁ ସ୍ବପ୍ନ ରେ ଗୋଟିଏ ୬ଟି ଦାନ୍ତ ଥିବା ଧଳା ହାତୀ ଦେଖି ଥିଲେ ଯିଏ କି ତାଙ୍କ ଗର୍ଭ ରେ ପ୍ରବେଶ କରୁଥିଲା । ଅନ୍ୟ ପକ୍ଷରେ ରାଜକୁମାରୀ ଯଶୋଧାରା ଇକ୍ଷାକୁ ବଂଶ ଓ କୋଲିୟ ବଂଶ ର ରାଜା ସୂପା ବୁଧ ଓ ରାଣୀ ପାମୀତା ଙ୍କ କନ୍ୟା ଥିଲେ , ସେ ଦେଖିବାକୁ ସୁନ୍ଦରୀ ଥିଲେ । ପିଲାଟି ଦିନରୁ ସିଦ୍ଧାର୍ଥ ଙ୍କ ର ସଂସାର ଓ ସାଂସାରିକ ଜୀବନ ପ୍ରତି କୌଣସି ଆକର୍ଷଣ ନଥିଲା । ପିଲାଟି ଦିନରୁ ଜୀବଜନ୍ତୁ ଙ୍କ ପ୍ରତି ଖୁବ୍ ଦୟା ଶିଳ ଥିଲେ ।

ଏହାକୁ ଦେଖି ତାଙ୍କ ପିତା ତାଙ୍କୁ ଶୀଘ୍ର ବିବାହ କରିବା ପାଇଁ ଚିନ୍ତା କଲେ । ତେଣୁ ମାତ୍ର ୧୬ ବର୍ଷ ଆୟୁ ରେ ଯଶୋଧାରା ଓ ସିଦ୍ଧାର୍ଥ ଙ୍କ ବିବାହ ହୋଇଥିଲା । ଯଶୋଧାରା ଓ ସିଦ୍ଧାର୍ଥ ନିଜ ର ଦୁଃଖ ସୁଖ ବାଣ୍ଟି ଜୀବନ ଅତିବାହିତ କରିବାକୁ ଲାଗିଲେ ଯଶୋଧାରା ମଧ୍ୟ ଜାଣି ପାରିଥିଲେ ଯେ ସିଦ୍ଧାର୍ଥ ଙ୍କ ର ରାଜକୀୟ ଜୀବନ ପ୍ରତି କୌଣସି ଆସକ୍ତି ଭାବ ନାହିଁ । ସିଦ୍ଧାର୍ଥ ସର୍ବଦା ଗୋଟିଏ ଅଦ୍ଭୁତ ଭବନରେ ରହୁଥିଲେ , ତାଙ୍କ ମନରେ ନା ଥିଲା ରାଜ୍ୟ ଜୟକରିବର ଲାଳସା , ନା ଥିଲା ଜୀବନ କୁ ଉପଭୋଗ କରିବାର ବାସନା, ସର୍ବଦା ଶାନ୍ତ ସ୍ଵଭାବ । ବିବାହ ର ୧୩ ବର୍ଷ ପରେ ଯଶୋଧାରା ଗୋଟିଏ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ , ଯାହାର ନାମ ରାହୁଳ ରଖା ଯାଇଥିଲା । ପୁତ୍ର ର ଜନ୍ମ ପରେ ସିଦ୍ଧାର୍ଥ ରାଜକୀୟ ଜୀବନ କୁ ତ୍ୟାଗ କରି ଆତ୍ମଜ୍ଞାନ ର ସନ୍ଧାନ ରେ ଚାଲିଲେ ।

ଏହାପରେ ଯଶୋଧାରା ମଧ୍ୟ ରାଜକୀୟ ଜୀବନ କୁ ତ୍ୟାଗ କରି ଜଣେ ସନ୍ନ୍ୟାସୀନୀ ଭଳି ଜୀବନ ଅତିବାହିତ କରିବାକୁ ଲାଗିଲେ। ଏହାଛଡା ସେ ନିଜ ପୁତ୍ର କୁ ମଧ୍ୟ ପିତାଙ୍କ ନିକଟରୁ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ । ଇତି ମଧ୍ୟରେ ସିଦ୍ଧାର୍ଥ ଆତ୍ମଜ୍ଞାନ ଲାଭ କରି ଗୌତମ ବୁଦ୍ଧ ଭାବରେ ପରିଚିତ ହୋଇ ସାରିଥିଲେ । ୬ ବର୍ଷ ପରେ ଗୌତମ ବୁଦ୍ଧ ୧୦୦ ଜଣ ସନ୍ୟାସୀ ଙ୍କ ସହିତ ଲୁମ୍ବିନୀ ଫେରିଥିଲେ , କିନ୍ତୁ ଯଶୋଧାରା ଙ୍କୁ ସେ ରାଜପ୍ରାସାଦ ର ଦ୍ଵାର ରେ ପାଇ ନଥିଲେ । ଯଶୋଧାରା ଭଗବାନ ବୁଦ୍ଧ ଙ୍କୁ ନିଜ କୁଡିଆ ରେ ଅପେକ୍ଷା କରିଥିଲେ
ଏହାପରେ ଗୌତମ ବୁଦ୍ଧ ତାଙ୍କୁ ସାକ୍ଷାତ କରିବାକୁ ପହଞ୍ଚି ଥିଲେ । ଯଶୋଧାରା ମଧ୍ୟ ତାଙ୍କର ସ୍ବାଗତ କରିଥିଲେ । ଯଶୋଧାରା ମଧ୍ୟ ଗୌତମ ଙ୍କ ମାର୍ଗ କୁ ଆପଣାଇ ଥିଲେ ଓ ଆତ୍ମଜ୍ଞାନ ର ଅନ୍ୱେଷଣ ରେ ସାଧ୍ୱୀ ବେଶ ଧାରଣ କରି ମୋକ୍ଷ ଲାଭ କରିବା ପାଇଁ ଅଗ୍ରସର ହୋଇଥିଲେ । ଯଶୋଧାରା ଜାଣି ପାରିଥିଲେ ଯେ ବୁଦ୍ଧ ଦେବଙ୍କ ଓ ତାଙ୍କର ମୃତ୍ୟୁ ଗୋଟିଏ ଦିନରେ ହେବ , ତେଣୁ ସେ ପ୍ରଥମେ ଦେହ ତ୍ୟାଗ କରିବାକୁ ଇଚ୍ଛା କରିଥିଲେ । ଏହାପରେ ବୁଦ୍ଧ ଦେବ ଗୌତମୀ ଙ୍କର୍ ଏହି ନିଷ୍ପତି କୁ ସମ୍ମାନ କରି ଥିଲେ ଓ ୨ ବର୍ଷ ପରେ ମହାନିର୍ବରଣ ଲାଭ କରିଥିଲେ ।

Leave A Reply