ନୂଆଦିଲ୍ଲୀ :ବ୍ରିଟିଶ ସାଂସଦ ଡେବି ଅବ୍ରହାମ ସେହି ଆରୋପ ଗୁଡିକୁ ଖାରଜ କରିଛନ୍ତି ଯେଉଁଥିରେ କୁହାଯାଇଥିଲା ଯେ POK ରେ ମାନବ ଅଧିକାର ପାଇଁ ପ୍ରଶ୍ନ ଉଠାଇବାକୁ ନେଇ ଲକ୍ଷଲକ୍ଷ ତାଙ୍କ ଖର୍ଚ କରାଯାଇଥିଲା l ସୂଚନା ଯୋଗ୍ୟଯେ ପାକିସ୍ତାନରେ ବ୍ରିଟିଶ ସାଂସଦ ଙ୍କର ଗୋଟିଏ ଦଳ ପାଇଁ ୩0 ଲକ୍ଷଟଙ୍କା ଖର୍ଚ କରାଯାଇଛି l ଏହି ଖର୍ଚ ଏଥିପାଇଁ କରାଯାଇଥିଲା ବ୍ରିଟିଶ ସାଂସଦ ମାନେ POK ଆସିବେ ଓ ସେମାନେ କଥାକଥିତ ମାନବ ଅଧିକାର ଉଲଂଘନ ବିଷୟରେ ପ୍ରଶ୍ନ ଉଠାଇବେ l ବ୍ରିଟିଶ ସାଂସଦ ମାନଙ୍କର ଏହି ଦଳର ନାମ ଥିଲା ଅଲପାର୍ଟି ପାର୍ଲିଆମେଣ୍ଟାରୀ ଗ୍ରୁପ ,ଓ ଲେବର ପାର୍ଟିର ସାଂସଦ ଡେବି ଅବ୍ରହାମ ଏହାର ଅଧକ୍ଷ ଅଟନ୍ତି l
ନିଜ ଉପରେ ଲଗାଯାଇଥିବା ଆରୋପକୁ ନେଇ ଡେବି ଅବ୍ରହାମ ଏକ ଟ୍ୱିଟର ମାଧ୍ୟମରେ ଜବାବ ଦେଇ ଲେଖିଛନ୍ତି ଯେ “ସାଂସଦ ମାନଙ୍କର ଏହି ଦଳ ଗୋଟିଏ ନାମୀ ସଂଗଠନ ,ଯେଉଁଥିରେ ସବୁ ପାର୍ଟିର ସଦସ୍ୟ ରହିଛନ୍ତି l ଯେପରି ଭାରତୀୟ ,ପାକିସ୍ତାନୀ କାଶ୍ମୀର ବ୍ୟତୀତ ହିନ୍ଦୁ ,ଶିଖ ,ମୁସଲିମ ଓ ଈସାଈ ଲୋକମଧ୍ୟ ସାମିଲ ଅଛନ୍ତି l ସଂଯୁକ୍ତ ରାଷ୍ଟ୍ରର ଗୋଟିଏ ରିପୋଟ ଭାରତ ଓ ପାକିସ୍ତାନ ପ୍ରଶାସିତ କାଶ୍ମୀରରେ ମାନବ ଅଧିକାର ଉଲଙ୍ଘନର କଥା ଉଠାଉଛି l ଏଥିପାଇଁ ମୁଁ ଭାରତ ଓ ପାକିସ୍ତାନ ସରକାରଙ୍କୁ ସମ୍ପର୍କ କଲି କାହିଁକିନା ବ୍ରିଟେନ ସାଂସଦ ମାନେ ସେଠାକୁ ଯାଇପାରିବେ l ”
ଡେବି ଅବ୍ରହାମ କହିଲେ “ମତେ ପାକିସ୍ତାନ ଉଚ୍ଚାୟୁକ୍ତ ଙ୍କର ତୁରନ୍ତ ଜବାବ ମିଳି ସାରିଛି କିନ୍ତୁ ଭାରତୀୟ ଉଚ୍ଚାୟୁକ୍ତ ଙ୍କର ଜବାବ ଆସିବା ବାକି ଅଛି l ଆମ ଟିମ ଇସ୍ଲାମବାଦ ,ମୁଜାଫରବାଦ ,LOC ,ମୀଲପୁର ଓ ଗୋଲପୁର ଯିବାପାଇଁ ଯୋଜନା କରିଛୁ l ଆମେ ସ୍ଥିର କରିଛୁ ଯେ କେଉଁ ରାଜନେତା ,ଏନଜିଓ ,ପ୍ରେସ ଓ UN ସଦସ୍ୟଙ୍କ ସହିତ ଦେଖା କରିବୁ l ଏଥିପାଇଁ ଯାହାବି ଖର୍ଚ ହେବ ବ୍ରିଟିଶ ସାଂସଦୀୟ ପ୍ରାଧିକରଣ ବହନ କରିବ l ଏହି ଭ୍ରମଣକୁ ପାକିସ୍ତାନ ସରକାର ଆୟୋଜିତ କରିଛନ୍ତି କିନ୍ତୁ ଅଲପାର୍ଟି ପାର୍ଲିଆମେଣ୍ଟାରୀ ଗ୍ରୁପ କୌଣସି ବ୍ୟକ୍ତି ,ସଙ୍ଗଠନ କିମ୍ବା ସରକାରଙ୍କ ପାଖରୁ କୌଣସି ଫଣ୍ଡ ନେଇନାହିଁ l
ଲେବର ପାର୍ଟିର ସାଂସଦ ଡେବି ଅବ୍ରହାମଙ୍କୁ ଚଳିତ ବର୍ଷ ଦିଲ୍ଲୀରୁ ଦୁବାଇ ଡି ପୋର୍ଟ କରି ଦିଆଯାଇଥିଲା l କାରଣ ଏୟାର ପୋର୍ଟରେ ଜଣ ପଡ଼ିଲା ଯେ ତାଙ୍କ ପାଖରେ କୌଣସି ବୈଦ୍ଧ ଭିସା ନାହିଁ l ସେହିଦିନ ସେ ପାକିସ୍ତାନ ଚାଲି ଯାଇଥିଲେ ଯେଉଁଠାରେ ତାଙ୍କୁ ଇମ୍ରାନ୍ ଖାଁଙ୍କ ସହିତ ଦେଖା କରିବାର ଥିଲା l ଏକ ସୂତ୍ରରୁ ଜଣାପଡିଛି ଯେ ଡେବି ଅବ୍ରହାମଙ୍କ ସହିତ ଆଉ କେତେଜଣ ବ୍ରିଟିଶ ସାଂସଦଙ୍କୁ POK ଆମନ୍ତ୍ରିତ କରିବା ପାଇଁ ପାକିସ୍ତାନ ସରକାର ୩0 ଲକ୍ଷଟଙ୍କା ଖର୍ଚ କରିଛନ୍ତି l
