ନୂଆଦିଲ୍ଲୀ : ଆପଣ କେବେ ଚିନ୍ତା କରିଛନ୍ତିକି ପଞ୍ଚମ ଶ୍ରେଣୀର ଛାତ୍ର ଦଶମ ଶ୍ରେଣୀ ପରୀକ୍ଷାରେ ବସିବା l ଆପଣଙ୍କୁ ମିଛ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ ଅଟେ l ଛତିଶଗଡର ଲିବଜୋତ ପଞ୍ଚମ ଶ୍ରେଣୀର ଛାତ୍ର ଅଟନ୍ତି ,ସେ ଦୁର୍ଗର ମାଇଲ ଷ୍ଟୋନ ସ୍କୁଲରେ ପଢୁଛନ୍ତି ,କିନ୍ତୁ ନିଜର ଦ୍ରୁତ ମସ୍ତିସ୍କ ଯୋଗୁଁ ସେ ଦଶମ ଶ୍ରେଣୀର ପରୀକ୍ଷା ଦେବେ l
ତାଙ୍କ ପିତା ଗୁରବିନ୍ଦର ୧୫ ଅକ୍ଟୋବର ୨୦୨୦ ରେ ମାଧ୍ୟମିକ ଶିକ୍ଷା ମଣ୍ଡଳ ର ଅଧକ୍ଷ ଓ ସଚିବଙ୍କ ନିକଟରେ ଆବେଦନ କରିଛନ୍ତି ଯେ ତାଙ୍କ ପୁତ୍ରଙ୍କ IQ ୧୬ ବର୍ଷର ପିଲାଙ୍କ ସହିତ ସମାନ ଅଟେ l ତେଣୁ ତାଙ୍କୁ ଦଶମ ଶ୍ରେଣୀରେ ବସିବା ପାଇଁ ଅନୁମତି ଦିଆଯାଉ l ଛତିଶଗଡ଼ରେ ଏହା ନିୟମ ରହିଛି ଯେ କୌଣସି ଛାତ୍ରର IQ ପରୀକ୍ଷା କଲାପରେ ତାକୁ ପରୀକ୍ଷା ଦେବାପାଇଁ ଅନୁମତି ମିଳିପାରିବ l
ସେଥିପାଇଁ ଲିବାଜୋତ ର ସରକାରୀ ଜିଲ୍ଲା ଚିକିତ୍ସାଳୟରେ ଦୁର୍ଗରେ IQ ଟେଷ୍ଟ କରାଗଲା ,ଯାଞ୍ଚ ପରେ ଜଣାପଡିଲା ଯେ ଲିବାଜୋତ ପରୀକ୍ଷା ଦେବାପାଇଁ ସକ୍ଷମ ଅଟନ୍ତି l ତେଣୁ ସେ ବର୍ତମାନ ଦଶମ ଶ୍ରେଣୀର ସିଲାବସ ପଢିବା ଆରମ୍ଭ କରି ଦେଇଛନ୍ତି l ସେ ଭବିଷ୍ୟତରେ ଗୋଟିଏ ବୈଜ୍ଞାନିକ ହେବାର ସ୍ବପ୍ନ ରଖିଛନ୍ତି l