Odisha news

ନିଜ ପିଲାକୁ ଯଦି  ବର୍ନଭିଟା ସେବନ କରିବାକୁ ଦେଉଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ : ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ଚେତାବନୀ

0

ଆମେ ପ୍ରାୟ ସମସ୍ତେ ଛୋଟ ବେଳରୁ ବିଭିନ୍ନ ପ୍ରକାରର ହେଲଥ ଡ୍ରିଂକ୍ସ ସେବନ କରିଥାଉ, ସେଥି ମଧ୍ୟରେ ଖୁବ ଜଣାଶୁଣା ନାଁ ଟି ହେଉଛି ବର୍ନଭିଟା l ଆଜି ମଧ୍ୟ ଅନେକ ମା ନିଜ ସନ୍ତାନ ମାନଙ୍କୁ ଦୁଗ୍ଧ ସହିତ ବର୍ନଭିଟା ସେବନ କରିବାକୁ ଦେଇ ଥାଆନ୍ତି l କିନ୍ତୁ ବର୍ତମାନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ପକ୍ଷରୁ ବର୍ନଭିଟା ଭଳି ଅନେକ ପ୍ରକାର ହେଲଥ ଡ୍ରିଂକ୍ସ କୁ ହଟାଇବାର ନିଷ୍ପତି ନିଆଯାଇଛି l ଭାରତ ର ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବର୍ତମାନ  ବର୍ନଭିଟା କୁ ହେଲଥ ଡ୍ରିଂକ୍ସ ରେ ଅନ୍ତର୍ଭୁକ୍ତ କରାଯିବ ନାହିଁ l ଏହାଛଡା ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି କି ସେ ନିଜର ୱେବସାଇଡ ରୁ   ବର୍ନଭିଟା ସହିତ ଅନେକ  ଗୁଡିଏ ହେଲଥ ଡ୍ରିଂକ୍ସ ର ନାମକୁ ହଟାଇ ଦିଅନ୍ତୁ l

କାହିଁକି  ବର୍ନଭିଟା  ଶରୀର ପକ୍ଷରେ କ୍ଷତି କାରକ ?-
୨୦୨୩ ରେ ରାଷ୍ଟ୍ରୀୟ ଶିଶୁ ବିକାଶ ଅଧିକାର ସଂରକ୍ଷଣ ପକ୍ଷରୁ କମ୍ପାନୀ କୁ ନୋଟିସ ପଠାଯାଇ ଥିଲା l ଏହି ପ୍ରଡକ୍ଟ ରେ ଅନେକ ମାତ୍ରାରେ ସୁଗାର ରହିଛି, ୧୦୦ ଗ୍ରାମ  ବର୍ନଭିଟା ରେ ୩୭.୪ ଗ୍ରାମ ଚିନି ଥିବାର ସନ୍ଧାନ ମିଳିଥିଲା l ନୋଟିସ ପଠାଯିବା ପରେ କମ୍ପାନୀ ପକ୍ଷରୁ ଚିନି ର ମାତ୍ରାକୁ ହ୍ରାସ କରାଯାଇ ଶହେ ଗ୍ରାମ ପ୍ରତି ୩୨.୨ ଗ୍ରାମ ଚିନି ମିଳିଥିଲା l କୌଣସି ହେଲଥ ଡ୍ରିଂକ୍ସ ରେ ଏତେ ମାତ୍ରାରେ ଚିନି ରହିବା ଉଚିତ ନୁହେଁ l ଅତ୍ୟଧିକ ଚିନି ସେବନ ବିଭିନ୍ନ ରୋଗର କାରଣ ମଧ୍ୟ ହୋଇଥାଏ l ଏହା ପିଲା ମାନଙ୍କ ନିକଟରେ ଶାରୀରିକ ସମସ୍ୟାର ମଧ୍ୟ କାରଣ ଅଟେ l

ଏନର୍ଜି ଡ୍ରିଂକ୍ସ କମ୍ପାନୀ ଗ୍ରାହକ ମାନଙ୍କୁ ଠକୁଛନ୍ତି –
ବଜାରରେ ମିଳୁଥିବା ବିଭିନ୍ନ ଏନର୍ଜି ଡ୍ରିଂକ୍ସ ରେ ମଧ୍ୟ ଅଧିକ ମାତ୍ରାରେ ଚିନି ରହୁଥିବାର ସନ୍ଧାନ ମିଳିଛି l ନସିପସର ଆର ସୂଚନା ଅନୁସାରେ ଗ୍ରାହକ ମାନଙ୍କୁ ଠକୁଛନ୍ତି l ସମସ୍ତ ଏନର୍ଜି ଡ୍ରିଂକ୍ସ ରେ ପ୍ରଚୁର ମାତ୍ରାରେ ଚିନି ରହୁଛି l

ପିଲା ମାନଙ୍କୁ ଚକୋଲେଟ ପାଉଡର ଯଦି ପିଇବାକୁ ଦେଉଛନ୍ତି ତେବେ ଏହିସବୁ କଥାକୁ ନିହାତି ଦିଅନ୍ତୁ ଧ୍ୟାନ -:
– ଚକୋଲେଟ ପାଉଡର ବଜାରରୁ କିଣିବା ସମୟରେ ଡବା ବା ପ୍ୟାକେଟ ପଛପଟେ ଲେଖା ଯାଇଥିବା ଇନଗ୍ରେଡିଏଣ୍ଟସ କୁ ନିହାତି ପଢନ୍ତୁ, ଏବଂ ଏହାର ମାତ୍ରାକୁ ମଧ୍ୟ ନିହାତି ଦେଖନ୍ତୁ l

– ପିଲା ମାନଙ୍କୁ ଚକୋଲେଟ ପାଉଡର ସେବନ କରିବା ପାଇଁ ଖୁବ କମ ମାତ୍ରାରେ ଦିଅନ୍ତୁ, ଏହି ପାଉଡର ଅଧିକ ସେବନ ଶରୀରରେ ସୁଗାର ଲେବୁଲ ବୃଦ୍ଧି ଓ ଓଜନ ବୃଦ୍ଧି ର କାରଣ ହୋଇଥାଏ l

– ଅତ୍ୟଧିକ ଚିନି ସେବନ ଓଜନ ବୃଦ୍ଧି ସହିତ ମେଣ୍ଟାଲ ହେଲଥ କୁ ମଧ୍ୟ ପ୍ରଭାବିତ କରିଥାଏ, ଏବଂ ଏହା ପିଲାଙ୍କ ମେମୋରୀ କୁ ମଧ୍ୟ ପ୍ରଭାବିତ କରିପାରେ l

– ସବୁବେଳେ ନିଜ ପିଲାଙ୍କୁ ଦୁଗ୍ଧ ସହିତ ଡ୍ରାଏ ଫ୍ରୁଟସ ଦେଇ ସେବନ କରାନ୍ତୁ, ଏହା ପ୍ରାକୃତିକ ଭାବରେ ପିଲା ମାନଙ୍କର ବିକାଶ କରାଇ ଥାଏ l ଯେ କୌଣସି ହେଲଥ ଡ୍ରିଂକ୍ସ ସେବନ କରିବା ପୂର୍ବରୁ ଏହାର ସପ୍ଲିମେଣ୍ଟ କୁ ପ୍ରଥମେ ଧ୍ୟାନ ଦେଇ ଦେଖିବା ଜରୁରୀ ଅଟେ l

Ad2
Leave A Reply