ବୋରିଗୁମ୍ମା(କେ.ସାକିଲି ଦୋରା)–କରୋନା ମହାମାରୀ ସାରା ରାଜ୍ୟରେ କାୟା ମେଲାଇଥିବା ବେଳେ ନିଜ ଅଞ୍ଚଳରେ କାମ ଧନ୍ଦା ନପାଇ ପେଟ ପୋଷିବା ପାଇଁ ଅନ୍ୟ ରାଜ୍ୟକୁ ଦାଦାନ ଶ୍ରମିକ ଭାବରେ ଏକ ବସ ଯୋଗେ କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅନ୍ତର୍ଗତ କାଠରଗଡ଼ା ଏବଂ କୁମୁଲି ପଞ୍ଚୟତର କିଛି ଯୁବକ ଦାଦାନ ଯାଉଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ଶ୍ରମିକ ମାନେ ଆଜି ସକାଳ ୮.୩୦ରୁ ଏକ ବସ(KL 40 B 3099 ) ଯୋଗେ ଅନ୍ୟରାଜ୍ୟକୁ କାମ କରିବା ପାଇଁ ବାହାରିଥିଲେ । ବି ସିଂହପୁର ଥାନାର ଭାରପ୍ରାପ୍ତ ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ଦାମୋଦର ବିହାରୀ ଏ ସମ୍ପର୍କରେ ଖବର ପାଇ ୧୮ ଜଣ ଶ୍ରମିକ ନେଉଥିବା ବସଟିକୁ ତାରାଭଟ୍ଟା ଠାରେ ଅଟକାଇ ଶ୍ରମିକ ମାନଙ୍କୁ ବିସିଂହପୁର ଥାନାରେ ଅଟକ ରଖିଥିଲେ ।
ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ ଏବଂ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ ପହଞ୍ଚି ଶ୍ରମିକ ମାନଙ୍କୁ ପଚରାଉଚରା କରିଥିଲେ । ନିଜ ଅଞ୍ଚଳରେ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ ବାଧ୍ୟ ହୋଇ ପେଟ ପୋଷିବା ଏବଂ ପରିବାର ପ୍ରତିପୋଷଣ କରିବା ପାଇଁ ଦାଦାନ ଖଟିବା ପାଇଁ ଯାଉଥିବା କହିଛନ୍ତି ଶ୍ରମିକ ମାନେ । ତାମିଲନାଡୁର ତିରୁପତି ଜିଲ୍ଲାର ଲକ୍ଷ୍ମୀଭେଙ୍କଟସର ଏକ ସୁତାକଳକୁ ଏହି ବସ ଯୋଗେ ବୋରିଗୁମ୍ମା ବ୍ଳକର କାଠରଗଡା ଏବଂ କୁମୁଲି ପଂଚାୟତର ୧୫ ଜଣ,ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଏବଂ କଳାହାଣ୍ଡି ରୁ ଜଣେ ଶ୍ରମିକ ରହିଥିବା ବେଳେ ଦୁଇ ଜଣ ଶ୍ରମିକ ୧୮ ବର୍ଷ ରୁ କମ ବୟସର ଯୁବକ ରହିଛନ୍ତି ।ସମସ୍ତ ଶ୍ରମିକଙ୍କ ବିନା ଲାଇନ୍ସେନ୍ସେ ଏବଂ ବିନା କୋଭିଡ ଟେଷ୍ଟ ରେ ଚାଲାଣ ହେଉଥିବା ବେଳେ ସେମାନଙ୍କର ଟେଷ୍ଟ ପରେ ଛଡ଼ାଯିବ ବୋଲି କହିଛନ୍ତି ଜିଲ୍ଲାଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ।ସେପଟେ ସମସ୍ତ କାଗଜ ପତ୍ର ଠିକ ଥିଲେ ବସଟିକୁ ଥାନରୁ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତିଏସଡ଼ିପିଓ ହରେକୃଷ୍ଣ ମାଝୀ ।

Comments are closed.