Odisha news

ଆକ୍ସନ ମୁଡ଼ରେ ତହସିଲଦାର, କୋଭିଡ ନିୟମ ଉଲ୍ଲଲନ ଅଭିଯୋଗ ରେ ୪୪ ହଜାର ଟଙ୍କା ତଣ୍ଡ ଗଣିଲେ

ବୋରିଗୁମ୍ମା (କେ.ସାକିଲି ଦୋରା)—ରାଜ୍ୟ ସରକାର କରୋନା ପରିସ୍ଥିତି କୁ ଦେଖି ମଇ ,୫ ତାରିଖ ରୁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି।ତଥାପି ଲୋକେ ଅମାନିଆ ହେଉଛନ୍ତି।ଗୋଟିଏ ବାଇକରେ ଜଣେ ଯିବାକୁ ନିୟମ ରହିଥିଲେ ହେଁ ଦୁଇ ଜଣ ଯାଉଛନ୍ତି। କାର ଡ୍ରାଇଭର କୁ ମିଶାଇ ତିନି ଜଣ ଯିବା, ଅଟୋ ରେ କେବଳ ଦୁଇ ଜଣ ଯିବାକୁ କୋଭିଡ ନିୟମ ରହିଛି।  ଆଜି ସକାଳୁ ଅମାନିଆ ଙ୍କୁ ସାବଡ଼ କରିବା ପାଇଁ ବୋରିଗୁମ୍ମା ତହସିଲଦାର ସୁବାସ ଚନ୍ଦ୍ର ରଇତ ଆକ୍ସନ ମୁଡ଼ରେ ବାହାରିଥିଲେ।ବୋରିଗୁମ୍ମା ପୋଲିସ ସହଯୋଗ ରେ ମିଳିତ ଚଡାଉ କରିଥିଲେ। ନିଜେ ତହସିଲଦାର  ଶ୍ରୀ ରଇତ ହାତରେ ଲାଠି ଧରି କୋଭିଡ ନିୟମ ଉଲ୍ଲଂଘନକାରୀ ଙ୍କୁ ଅଟକାଇ ଜରିମାନା ଆଦାୟ କରିଥିଲେ।
ତହସିଲଦାର କାହାରିକୁ ବି ଛାଡି ନ ଥିଲେ। ନିଜ ତହସିଲ କାର୍ଯ୍ୟାଳୟ ରେ କର୍ଯ୍ୟରତ ଆର ଆଇ ଙ୍କୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ ରେ ଜରିମାନା ଆଦାୟ କରିଥିଲେ।ମୋଟ ୮୮ ଜଣ ଅମାନିଆ ବାଇକ ଚାଳକ ଙ୍କ ଠାରୁ ମୋଟ ୪୪ ହଜାର ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଏ ଏସ ଆଇ ସଞ୍ଜୟ ମଣ୍ଡଳ ଓ ଅନ୍ୟ କର୍ମଚାରୀ ମାନେ ଚଡାଉ ରେ ଯୋଗ ଦେଇଥିଲେ। ବୋରିଗୁମ୍ମା ରେ ଦିନ କୁ ଦିନ କରୋନା ଗ୍ରାଫ ଉପର ମୁହାଁ ହୋଇଥିବା ବେଳେ ତହସିଲଦାର ଙ୍କ କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା କରାଯାଇଛି।ତେବେ ଆଗକୁ ଏହିଭଳି ଅମାନିଆ ଙ୍କ ଉପରେ ଚଡାଉ ଜାରୀ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
Nalco

Comments are closed.