ବୋରିଗୁମ୍ମା (K.sakil Dora) : ମହାମାରୀ କରୋନା ଭାଇରସ ପାଇଁ ମାର୍ଚ୍ଚ ୧୫ ଟାରିଖରୁ ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି। କିନ୍ତୁ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ନିଜ ହେଡକ୍ୱାର୍ଟରର ରେ ରହିବା ପାଇଁ ନିର୍ଦେଶ ରହିବା ସହ ମୋବାଇଲ ସବୁବେଳେ ଅନ ରେ ରଖିବେ। କିନ୍ତୁ କିଛି ଜିଲ୍ଲା ବାହାରୁ ଆସିଥିବା ଅମାନିଆ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୌକା ଦେଖି ନିଜ ନିଜ ଘରକୁ ମାର୍ଚ୍ଚ ,୨୦ ତାରିଖ ରୁ ଛୁ ମାରିଛନ୍ତି। ସେହି ନିଜ ନିଜ ଜିଲ୍ଲା କୁ ପଳାଇ ଯାଇଥିବା ଅମାନିଆ ଶିକ୍ଷକ ଶିକ୍ଷୟିତ୍ରୀ ତାଲିକା ବ୍ଲକ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ଆଜି ପ୍ରକାଶ କରିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ପତ୍ରାଙ୍କ ୬୬୯ / ୨୦୨୦ ତାରିଖ ୨୭.୦୫.୨୦ ଅନୁସାରେ ବୋରିଗୁମ୍ମା ବ୍ଲକରେ ମୋଟ ୫୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ହେଡକ୍ୱାର୍ଟରର ରେ ଅନୁପସ୍ଥିତ ରହିଛନ୍ତି। ଏମାନଙ୍କ ପାଇଁ ଗତ ଦୁଇ ମାସର ଦରମା କୁ ସ୍ଥଗିତ ରଖିଛନ୍ତି ବିଇଓ।
ବିଇଓ ତାଙ୍କ ଚିଠି ରେ ଦର୍ଶାଇଛନ୍ତି ଯେ ବିଇଓ କାର୍ଯ୍ୟାଳୟ କୁ ନ ଜଣାଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ନିଜ ଜିଲ୍ଲା କୁ ପଳାଇଛନ୍ତି। ଏଥିସହ ସାତ ଦିନ ମଧ୍ୟରେ ଉତ୍ତର ରଖିବାକୁ କହିଛନ୍ତି। ଅନୁପସ୍ଥିତ ଥିବା ମୋଟ ୫୯ ଶିକ୍ଷକ ଶିକ୍ଷୟିତ୍ରୀ ହେଉଛନ୍ତି ପ୍ରାଥମିକ ଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ। ସେହିପରି ଉଚ୍ଚ ବିଦ୍ୟାଳୟ ରେ ମୋଟ ଚାରି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପସ୍ଥିତ ରହିଥିବା ସୂଚନା ଦେଇଛନ୍ତି। ବିଳମ୍ବରେ ହେଲେ ବି ଅନୁପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପିଠିରେ ଛାଟ ବାଜିଛି।
ପ୍ରକାଶ ଥାଉକି ବୋରିଗୁମ୍ମା ବ୍ଲକରେ କିଛି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନୁପସ୍ଥିତ ନେଇ ବାରମ୍ବାର ଗଣ ମାଧ୍ୟମ ରେ ପ୍ରକାଶ ପାଇଥିଲା। ଲକ ଡାଉନ ର ହେବା ପରେ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରଥମେ ଚାଉଳ ପାଇଁ ଛାତ୍ର ଛାତ୍ରୀ ଙ୍କ ଘରକୁ ଯାଇ କୂପନ ପ୍ରଦାନ କରିଥିଲେ। ପରେ ପାଠ୍ୟ ପୁସ୍ତକ ଓ ଆଇରନ ବଟିକା ଛାତ୍ର ଛାତ୍ରୀ ଙ୍କୁ ଘରକୁ ଯାଇ ପ୍ରଦାନ କରିଥିଲେ। ବୋରିଗୁମ୍ମା ବ୍ଲକରେ ମୋଟ ୨୩୮ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟ ମାନଙ୍କରେ ମୋଟ ୨୪ ହଜାର ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପାଠ ପଡୁଥିବା ବେଳେ ମୋଟ ୮୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ଗ୍ରେଡ ର ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରୁଛନ୍ତି।
ମୋଟ ୧୭ ଗୋଟି କ୍ଲଷ୍ଟର ରେ ୧୭ ଜଣ ସି ଆର ସି ସି ରହିଛି।ଵିଇଓ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସି ଆର ସି ସି ମାନେ ଅନୁପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ତାଲିକା ଵିଇଓ କାର୍ଯ୍ୟାଳୟ କୁ ପ୍ରଦାନ କରିଥିଲେ।