ବୋରିଗୁମ୍ମା (କେ.ସାକିଲି ଦୋରା) : ଅବିଭକ୍ତ କୋରାପୁଟ ଜିଲ୍ଲାର ବୃହତ ବ୍ଲକ ହେଉଛି ବୋରିଗୁମ୍ମା ବ୍ଲକ।ଏହି ବ୍ଲକ ର ସଦର ମହକୁମା ହେଉଛି ବୋରିଗୁମ୍ମା। ତିନି ରାଜନୈତିକ ଦଳ ର ଧାରଣା, ଆନ୍ଦୋଳନ ପରେ ବୋରିଗୁମ୍ମା ସହର କୁ ଏନ ଏ ସି ମାନ୍ୟତା ପାଇଁ ହେବା ପାଇଁ ଆଶା ସଂଚାର ହୋଇଥିଲା। କିନ୍ତୁ ମଙ୍ଗଳବାର ଦିନ ବିଧାନସଭା ରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଉତ୍ତର ପରେ ବୋରିଗୁମ୍ମା ଏନ ଏ ସି ପାଇବା ମାନ୍ୟତା ମଉଳି ଯାଇଛି। ମଙ୍ଗଳବାର ବିଧାନସଭା ର ପ୍ରଶ୍ନ କାଳରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଯେ ବୋରିଗୁମ୍ମା ସହର ର ଜନ ସଂଖ୍ୟା ୧୩,୫୦୦ ହେଲାଣି। ଏଣୁ ତୁରନ୍ତ ବୋରିଗୁମ୍ମା କୁ ଏନ ଏ ସି ମାନ୍ୟତା ପ୍ରଦାନ କରାଯାଉ।
ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ବୋରିଗୁମ୍ମା ପ୍ରସ୍ତାବିତ ଏନ ଏ ସି ପାଇଁ ୨୦୧୧ଜନଗଣନା ଅନୁସାରେ ଜନ ସଂଖ୍ୟା ୩୦୭୩ ରହିଥିବା ବେଳେ ବର୍ତ୍ତମାନ ଜନ ସଂଖ୍ୟା ୩୫୦୦ ରହିଛି। ଏଣୁ ଏନ ଏ ସି ମାନ୍ୟତା ପାଇଁ ୧୦ହଜାର ଜନ ସଂଖ୍ୟା ଆବଶ୍ୟକ ଥିବା ହେତୁ ବୋରିଗୁମ୍ମା ଏନ ଏ ସି ହୋଇନାହିଁ। ଏହିଭଳି ମନ୍ତ୍ରୀ ଙ୍କ ଉତ୍ତର ପରେ ବୋରିଗୁମ୍ମା ସହର ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।୨୦୧୧ ଜନଗଣନା ଅନୁସାରେ ବୋରିଗୁମ୍ମା ସହରରେ ଜନସଂଖ୍ୟା ୯୭୮୫ ରହିଥିବା ବେଳେ ସହର କୁ ଲାଗିଥିବା ରାଜସ୍ୱ ଗ୍ରାମ ଦୁଲ୍ଲାଗୁଡା ରେ ୧୦୯୮,ଖୁଡ଼ିଗୁଡା ରେ ୫୮୨ ଓ ଝିଲିମିଲି ରେ ୩୦୭୩ ଜଣ ବସବାସ କରୁଥିବା ଦର୍ଶାଯାଇଛି। ଏହିଭଳି ଭାବେ ବୋରିଗୁମ୍ମା ପଞ୍ଚାୟତ ରେ ୨୦୧୧ ଜନଗଣନା ଅନୁସାରେ ୧୪,୫୩୮ ଲୋକ ବସବାସ କରୁଛନ୍ତି।
କେବଳ ୧୪ ହଜାର ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି ସହ ସହର ର ସାକ୍ଷରତା ହାର ଶତକଡା ୭୨.୭୬ ରହିଛି। ଏଥିସହ ବିଭିନ୍ନ ବିଭାଗର ର କାର୍ଯ୍ୟାଳୟ ମଧ୍ୟ ବୋରିଗୁମ୍ମା ରେ ରହିଛି। ଏତେ ଥାଇ ସତ୍ତ୍ୱେ ମନ୍ତ୍ରୀ କିଭଳି ଭାବେ ବୋରିଗୁମ୍ମା ସହର ରେ ୩୫୦୦ ଲୋକ ବସବାସ କରୁଛନ୍ତି ବୋଲି କହିଲେ। ୨୦୧୮ ମସିହା ରେ କୋରାପୁଟ ଜିଲାପାଳ ଥିଲେ ମଧୁସୂଦନ ମିଶ୍ର। ଜିଲାପାଳ କିଭଳି ଭାବେ ବୋରିଗୁମ୍ମା ରେ ୩୫୦୦ ଲୋକ ରହୁଛନ୍ତି ବୋଲି ନଗର ଉନ୍ନୟନ ବିଭାଗ କୁ ଲିଖିତ ଭାବେ ଜଣାଇଲେ। ବୋରିଗୁମ୍ମା ଏନ ଏ ସି ମାନ୍ୟତା କୁ କୌଣସି ରାଜନୈତିକ ଦଳ ଚାହୁଁ ନ ଥିବା ସ୍ୱଷ୍ଟ ପ୍ରମାଣ ଦେଖିବାକୁ ମିଳିଛି। କୌଣସି ରାଜନୈତିକ ଦଳ ର ଇଚ୍ଛା ଶକ୍ତି ନାହିଁ କହିଲେ ଚଳେ।ବୋରିଗୁମ୍ମା ସହର ର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ବିଭିନ୍ନ ସଙ୍ଗଠନ ପରି ଶେଷରେ ବୋରିଗୁମ୍ମା ସହର ବାସୀ ମନ୍ତ୍ରୀ ଶ୍ରୀ ଜେନା ଏନ ଏ ସି ବିବୃତି କୁ ନିଦା କରିବା ସହ ତାକୁ ତୁରନ୍ତ ସଂଶୋଧନ କରିବା ପାଇଁ ଦାବୀ କରିଛନ୍ତି।ତେବେ ସରକାରୀ ରିପୋର୍ଟ ମୁତାବକ ଏପ୍ରିଲ ୨୦୨୦ ସୁଦ୍ଧା ବୋରିଗୁମ୍ମା ରେ ଜନସଂଖ୍ୟା ୧୭,୨୮୫ ରହିଥିବା ବେଳେ ସେଥି ମଧ୍ୟରୁ ପୁରୁଷ ଅଛନ୍ତି ୮୮୮୯ ଓ ମହିଳା ରହିଛନ୍ତି ୮୩୯୬ ଜଣ। ଏଣୁ ବୋରିଗୁମ୍ମା ସହର ତୁରନ୍ତ ଏନ ଏ ସି ମାନ୍ୟତା ପ୍ରଦାନ କରିବା ପାଇଁ ସହର ବାସୀ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି।