Odisha news

କନିଷ୍ଠ ଯନ୍ତ୍ରୀ ଏମ.ଭେଙ୍କଟଶ୍ୱର ଙ୍କ ମୃତୁ ରହସ୍ୟ ସନ୍ଦେହ ଘେରରେ ୧୫ ଦିନ ପରେ ବି ପୋଲିସ ହାତ ଖାଲି

0
ବୋରିଗୁମ୍ମା ବ୍ଲକରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଏମ.ଭେଙ୍କଟଶ୍ୱର ରାଓ ଙ୍କ ମୃତୁ ରହସ୍ୟ ସନ୍ଦେହ ଘେରରେ।
କନିଷ୍ଠ ଯନ୍ତ୍ରୀ ସ୍ବର୍ଗତ ରାଓ ମୃତୁ ର ପନ୍ଦର ଦିନରୁ ଉର୍ଦ୍ଧ୍ବ ହେଲାଣି, କିନ୍ତୁ ପୋଲିସ କନିଷ୍ଠ ଯନ୍ତ୍ରୀ ଙ୍କ ମୃତୁ ର ଗୁମର ଖୋଲୁନାହି। ପ୍ରକୃତ ରେ କନିଷ୍ଠ ଯନ୍ତ୍ରୀ ସ୍ବର୍ଗତ ରାଓ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି। ତାହା ଏବେ ରହସ୍ୟମୟ ହୋଇଛି। ପୋଲିସ କାହିଁକି କନିଷ୍ଠ ଯନ୍ତ୍ରୀ ଙ୍କ ମୃତୁ ରହସ୍ୟ ଖୋଲୁନାହିଁ।ଶବ ବ୍ୟବଚ୍ଛେଦ ହେବାର ପନ୍ଦର ଦିନରୁ ଉର୍ଦ୍ଧ୍ବ ହେଲାଣି। ଶବ ବ୍ୟବଚ୍ଛେଦ ରିପୋର୍ଟ ରେ ପୋଲିସ କଣ ସୁରାକ ପାଇଛି, ତାହା ପ୍ରକାଶ କରୁନାହଁ। ପୋଲିସ କୌଣସି ବାହ୍ୟ ଶକ୍ତିର ଚାପରେ ଅଛି ନା ଜାଣିଶୁଣି କନିଷ୍ଠ ଯନ୍ତ୍ରୀ ର ମୃତୁ ରହସ୍ୟ ଖୋଲିବାକୁ ଚାହୁଁନାହିଁ। ପ୍ରକାଶ ଥାଉକି ଗତ ୦୭.୦୧.୨୦୨୦ ତାରିଖ ଦିନ ଗ୍ରାମ୍ୟ ଜଳ ଓ ପରିମଳ ବୋରିଗୁମ୍ମା ର କନିଷ୍ଠ ଯନ୍ତ୍ରୀ ଏମ.ଭେଙ୍କଟଶ୍ୱର ରାଓ, କନିଷ୍ଠ ଯନ୍ତ୍ରୀ ନିରାକାର ବିଶୋଇ, ଜୟପୁର ଏସ ଡ଼ି ଓ ହରି ନାରାୟଣ ରଥ ଙ୍କ ସହ ଦୁଇ ଠିକାଦାର ହରଡ଼ାଗୁଡା ପଂଚାୟତ କୁ ଜଳ ପ୍ରକଳ୍ପ ସର୍ଭେ ସକାଶେ ଯାଇଥିଲେ। ସେଠାରେ ଜଳ ପ୍ରକଳ୍ପ ସର୍ଭେ ସାରି ପାଞ୍ଚ ଜଣ ଜଙ୍ଗଲ ରାସ୍ତାରେ ଫେରୁଥିଲେ। ଦିନ ୧୨ ଟା ୧୫ ମିନିଟ ରେ କନିଷ୍ଠ ଯନ୍ତ୍ରୀ ଏମ.ଭେଙ୍କଟଶ୍ୱର ରାଓ କୁଆଡେ ଉଭାନ ହୋଇଯାଇଥିଲେ।ଏସ ଡ଼ି ଓ ଶ୍ରୀ ରଥ ଙ୍କ ସମେତ ଅନ୍ୟ ତିନି ଜଣ କନିଷ୍ଠ ଯନ୍ତ୍ରୀ ରାଓଖୋଜି ଖୋଜି ନ ପାଇବାରୁ ଶେଷରେ ବି ସିଂହପୁର ଥାନାରେ ନିଖୋଜ ସଂକ୍ରାନ୍ତ ଏକ ମାମଲା ରୁଜୁ କରିଥିଲେ।ତାପର ଦିନ ଗଣ ମାଧ୍ୟମ ପ୍ରଚାର ପ୍ରସାର ପରେ ପୋଲିସ ର ତତ୍ପରତା ପ୍ରକାଶ ପାଇଥିଲା।ନିଖୋଜ କନିଷ୍ଠ ଯନ୍ତ୍ରୀ ଙ୍କୁ ଖୋଜିବା ସକାଶେ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ଘଟଣା ସ୍ଥଳ କୁ ଯାଇ ତଦନ୍ତ କରିଥିଲେ। ଏପରିକି ପୋଲିସ ଏସ ପି ମୁକେଶ କୁମାର ଭାମୋ, ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ, ବି ସିଂହପୁର ଓ ଆଇ ସି ସୁଦର୍ଶନ ନାୟକ ଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ମଧ୍ୟ ମୃତ କନିଷ୍ଠ ଯନ୍ତ୍ରୀ ଖୋଜିବାରେ ନିୟୋଜିତ ହୋଇଥିଲେ। ଶେଷରେ ୦୮.୦୧.୨୦୨୦ ଦିନ ଦୁଇଟାରେ କନିଷ୍ଠ ଯନ୍ତ୍ରୀ ଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ତାଙ୍କ ମୁହଁ କଳା ପଡିବା ସହ କ୍ଷତ ଚିହ୍ନ ରହିଥିଲା। ତେବେ ଏହିଭଳି ପରିସ୍ଥିତିରେ କନିଷ୍ଠ ଯନ୍ତ୍ରୀ ଙ୍କ ମୃତୁ ସନ୍ଦେହ ଘେର କୁ ଚାଲିଯାଇଥିଲା। ପ୍ରକୃତ ରେ ନିଜେ ଆତ୍ମହତ୍ୟା କରିଛନ୍ତି  ନା ସାଙ୍ଗରେ ଯାଇଥିବା ଚାରିଜଣ କନିଷ୍ଠ ଯନ୍ତ୍ରୀ ଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଛନ୍ତି। ସ୍ବର୍ଗତ କନିଷ୍ଠ ଯନ୍ତ୍ରୀ ଙ୍କ ସ୍ତ୍ରୀ ସଂଘମିତ୍ରା ପାତ୍ର କହିଛନ୍ତି ଯେ ପାଞ୍ଚ ଜଣ ମିଶି ହରଡ଼ାଗୁଡା ଯାଇଥିଲେ। ଚାରିଜଣ ସୁରକ୍ଷିତ ଅବସ୍ଥାରେ ଫେରିଲେ କିନ୍ତୁ କିନ୍ତୁ ଜଣେ କେମିତି ମୃତୁ ବରଣ କଲେ ବୋଲି ଶ୍ରୀମତୀ ପାତ୍ର ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ମୃତୁ ରହସ୍ୟ ଖୋଲୁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।
Leave A Reply