ବୋରିଗୁମ୍ମା (କେ.ସାକିଲି ଦୋରା):-ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବଣ୍ଡାଗୁଡା ଠାରେ ଥିବା ପ୍ରଶାନ୍ତି ଫିଲିଙ୍ଗ ଷ୍ଟେସନ ରେ ଓଡ଼ିଶା ର ପ୍ରଥମ ଡ଼ି ଇ ଏଫ ମେସିନ ର ଶୁଭ ଉଦଘାଟନ ହୋଇଥିଲା। ଏହି ମେସିନ କୁ ଇଣ୍ଡିଆନ ଅଏଲ କମ୍ପାନୀ ର ଆର ଏସ ଏମ ମେହେନ୍ଦୀ ହୁସେନ,ଏ ଏସ ଏମ ଶୁଭମ ସିଂ, ଇଞ୍ଜିନିଅର ଇଣ୍ଡିଆନ ଅଏଲ ପ୍ରଖର ଭଟ୍ଟ ଯୋଗ ଦେଇ ଡ଼ି ଇ ଏଫ ମେସିନ ର ଶୁଭାରମ୍ଭ କରିଥିଲେ।ବିଏସ -୬ ଚାରି ଚକିଆ ରୁ ଉର୍ଦ୍ଧ୍ବ ଯାନ ରେ ଡିଜେଲ ବ୍ୟତୀତ ଡ଼ି ଇ ଏଫ ଅଏଲ ର ଆବଶ୍ୟକତା ହୋଇଥାଏ।
ଏହି ଇନ୍ଧନ କୁ ଡି ଇ ଏଫ ମେସିନ ସାହାଯ୍ୟ ରେ ଗାଡି ରେ ଭରାଯାଏ। ଓଡ଼ିଶା ରେ ଏହି ମେସିନ ବୋରିଗୁମ୍ମା ପ୍ରଶାନ୍ତି ଫିଲିଙ୍ଗ ଷ୍ଟେସନ ରେ ପ୍ରଥମ କରି ଶୁଭାରମ୍ଭ କରାଗଲା ବୋଲି ଇଣ୍ଡିଆନ ଅଏଲ କମ୍ପାନୀ ଆର ଏସ ଏମ ଶ୍ରୀ ହୁସେନ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।ବିଏସ -୬ ଥିବା ଗାଡି ମାଲିକ ମାନେ ସହଜ ଓ ସୁବିଧା ରେ ଡ଼ି ଇ ଏଫ ଅଏଲ ଏଣିକି ଭରିପାରିବେ ବୋଲି କମ୍ପାନୀ କତ୍ତୃପକ୍ଷ କହିଛନ୍ତି।
ଏଥିସହ ଆଜି ହେଉଛି ଇଣ୍ଡିଆନ ଅଏଲ କମ୍ପାନୀ ର ଗ୍ରାହକ ଦିବସ।।କମ୍ପାନୀ ପ୍ରତିନିଧିମାନେ କେକ କାଟି ଗ୍ରାହକ ଦିବସ ପାଳନ କରିଥିଲେ। ଆଜିର ଉଦଘାଟନ ବେଳେ ପ୍ରଶାନ୍ତି ଫିଲିଙ୍ଗ ଷ୍ଟେସନ ର ମାଲିକ ରଙ୍ଗନାଥ ମିଶ୍ର, କର୍ମଚାରୀ ଭୀଷ୍ମ ପୂଜାରୀ, ଜନକ ଶର୍ମା, ସନ୍ତୋଷ କୁମାର ନାୟକ,ରଞ୍ଜନ ସାମନ୍ତରାୟ ,ସବରୀସ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
