Odisha news

ପାହାଡ଼ ଉପରେ ଥିବା ଏକ ଗଛ ରେ ମହିଳା ଙ୍କ ଝୁଲନ୍ତା ଶବ ଉଦ୍ଧାର। ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ।

0

ବୋରିଗୁମ୍ମା : ପାହାଡ଼ ଉପର ରେ ଥିବା ଏକ ଗଛ ରୁ  ଜଣେ ମହିଳା ଙ୍କ ଝୁଲନ୍ତା ଶବ କୁ ଉଦ୍ଧାର  କରିଛି ପୋଲିସ।ଏଭଳି ଏକ ଘଟଣା ଘଟିଛି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବିଶିଙ୍ଗପୁର ଥାନା  ଅଧିନସ୍ଥ କଣାକୁଣ୍ଡ  ନିକଟସ୍ତ ଜଙ୍ଗଲ ରେ । ଆଜି ସକାଳୁ  ଜଣେ ବିବାହିତ ମହିଳା ଙ୍କ ଜୁଳନ୍ତା ଶବ କୁ ସ୍ଥାନୀୟ ଲୋକେ ଦେଖି ପୋଲିସ କୁ  ଖବର ଦେଇଥିଲେ l  ଖବର ପାଇ ବିସିଂହପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।ମୃତ ମହିଳା  ଜଣକ  ହେଲେ  ସଞ୍ଜୁ ନାୟକ।ତାଙ୍କ ମା ଘର ବିସିଂହପୁର ପଞ୍ଚୟତ ର ଖୁଣ୍ଟିଆପଲା  ଗ୍ରାମ।ହେଲେ ଗତ ୧୦ ବର୍ଷ ହେବଣି ସେ ଦାସମନ୍ତପୁର ଗ୍ରାମର ଉଦୟ ନାଥ କମାର  ଙ୍କୁ ବିବାହ କରଥିଲେ।

ଆଉ ଅଧିକାଂଶ ସମୟ ରେ ଟଙ୍କା ଏବଂ ଯୌତୁକ କୁ ନେଇ ମୃତ ମହିଳା ଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକେ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଦେଇଅସୁଥିଲେ।ଏମିତିକି ଗତ କିଛି ଦିନ ତଳେ ମୃତ ମହିଳା ଙ୍କୁ ତାଙ୍କ ଶଶୁର ଘର ଲୋକେ ମାଡମାରି ମା ଘର ରୁ ଟଙ୍କା ଆଣି ଆସିବା ପାଇଁ ମଧ୍ୟ ପଠାଇଥିଲେ।ଆଉ ଏ ଘଟଣା ନେଇ ମୃତ ମହିଳା ଜଣକ ତାଙ୍କ ସାନ ଭାଇ ଜୟ ନାୟକ କୁ କହିଥିଲେ।ସମସ୍ତ ଘଟଣା ଜାଣିବା  ପରେ ମୃତ ମହିଳା ଙ୍କ ଭାଇ ଉଭୟ ପକ୍ଷର କିଛି ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତି ରେ ଆଲୋଚନା କରିଥିଲେ।ଏହାପରେ ତାଙ୍କ ବଡ଼ ଭଉଣୀ (ମୃତ ମହିଳା) ଏବଂ ତାଙ୍କ ସ୍ୱାମୀ ଉଦୟ ନାଥ କମାର  ଦୁହେଁ ମିଶି ବିସିଂହପୁର ଗ୍ରାମରେ    ରହି ଆସୁଥିଲେ।

ଆଜି ସକାଳୁ ଗୋଟିଏ ଗଛ ରୁ ମହିଳା ଙ୍କ ଝୁଲନ୍ତା ଶବ ଉଦ୍ଧାର ପରେ  ମୃତ ମହିଳା ଙ୍କ ଭାଇ ତାଙ୍କ ଭଉଣୀ ଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରି  ବିସିଂହପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।ସେପଟେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ସମସ୍ତ ଘଟଣାର  ସତ୍ୟା ସତ୍ୟ ଜଣାପଡିବ ବୋଲି କହିଛନ୍ତି ବୋରିଗୁମ୍ମା  ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ କହିଛନ୍ତି।

Leave A Reply

Your email address will not be published.