Odisha news

୨୦ ଲକ୍ଷ ଟଙ୍କାର ର ଗଞ୍ଜେଇ ଜବତ ଦୁଇ ଗିରଫ।

0

ବୋରିଗୁମ୍ମା:-ବୋରିଗୁମ୍ମା ପୋଲିସ କୁ ମିଳିଲା  ପୁଣି ଏକ ବଡସଫଳତା।କୋରାପୁଟ ଜିଲ୍ଲା ର କୋଟପାଡ଼  ଠାରୁ ବିହାର କୁ   ଏକ ଟ୍ରକ ଯୋଗେ ହେଉଥଲା ଗଞ୍ଜେଇ ର ଚୋର ଚାଲାଣ।ଆଉ ଠିକ ଏତିକି ବେଳେ ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କୌଣସି ସୁତରୁ  ଖବର ପାଇ ପୋଲିସ  ଟିମ ଯୋଗେ  ପାର୍ଲି  ନିକଟରେ  ପହଞ୍ଚି ଏକ ଟ୍ରକ କୁ ଯାଞ୍ଚ କରିଥିଲେ।ଯାଞ୍ଚ ପରେ  ଟ୍ରକ ରେ ୭ ବସ୍ତା  ଗଞ୍ଜେଇ ବସ୍ତା ବୋଝେଇ  ହୋଇଥିବା ଜଣାପଡିଥିଲା। ସମସ୍ତ ଗଞ୍ଜେଇ କୁ   ଜବତ କରିଛି ପୋଲିସ।

ଜବତ  ଗଞ୍ଜେଇ ପରିମାଣ  ୪.୭୫ କୁଇଣ୍ଟାଲ ।ଆଉ ତାହାର ବଜାର ମୂଲ୍ୟ ୨୦ ଲକ୍ଷ   ଟଙ୍କା ହେବ, ବୋଲି ଏକ ଖବରଦାତା ସମ୍ମିଳନୀରେ  ସୂଚନା ଦେଇଛନ୍ତି ବୋରିଗୁମ୍ମା ଏସ ଡ଼ି ପି ଓ ହରେକୃଷ୍ଣ ମାଝୀ।। ଗଞ୍ଜେଇ  ଚାଲାଣ ରେ ବ୍ୟବହୃତ,  ଏକ ଟ୍ରକ୍ ନମ୍ୱର (UP65AT-8401) କୁ  ଜବତ କରିଛି ପୋଲିସ।ଗଞ୍ଜେଇ ଚାଲାଣ ରେ ଜଡିତ ଥିବା ଦୁଇ ଜଣ  କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ  ବିହାର ଅଞ୍ଚଳ  ର ଲାଲନ ପଣ୍ଡିତ ଓ ଚନ୍ଦନ କୁମାର ରମ। ଏମାନଙ୍କ ନିକଟରୁ  ଦୁଇଟି ମୋବାଇଲ, ଅନେକ ନଥିପତ୍ର ସମେତ ୫  ହଜାର ନଗଦ ଟଙ୍କା ଜବତ ହୋଇଛି।ତେବେ ଏହି ଗଞ୍ଜେଇ ଚାଲାଣ ରେ ଜଡିତ ଥିବା  ମାଷ୍ଟର ମାଇଣ୍ଡ ଏବଂ ଟ୍ରକ ମାଲିକ କୁ  ଠାବ କରାଯାଉଛି  ବୋଲି ପୋଲିସ ସୂଚନା ଦେଇଛନ୍ତି। ଏନେଇ ବୋରିଗୁମ୍ମା ଥାନା ରେ ଏକ ଏନ ଡ଼ି ପି ଏସ ମାମଲା ରୁଜୁ କରାଯାଇଛି।

Leave A Reply