ବୋରିଗୁମ୍ମା: ବୋରିଗୁମ୍ମା ସହର ର କଚେରୀ ପୋଖରୀ ନିକଟରେ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ପୋଲିସ ସୂତ୍ରରୁ ପ୍ରକାଶ। ଉକ୍ତ ଯୁବକ ନ୍କ ନାଁ ପି.ମାଣିକେଶ୍ୱର ରାଓ ,ବୟସ ୩୮ ବର୍ଷ। ପୋଲିସ ର ସୂଚନା ମୁତାବକ ପି.ମାଣିକେଶ୍ୱର ତାର ସ୍ତ୍ରୀ ପି. ବିଜୟ ଗୌରୀ କୁ ସବୁ ଦିନେ ମଦ ପିଇ ଗଣ୍ଡଗୋଳ କରୁଥଏ।
ସୋମବାର ସନ୍ଧ୍ୟାରେ ଦୁହେଁ ସ୍ଵାମୀ ଓ ସ୍ତ୍ରୀ ଦୁହେଁ ଥାନାରେ ଥିଲେ। କିଛି ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତ ରେ ସ୍ୱାମୀ ସ୍ତ୍ରୀ ଝଗଡା ସମାଧାନ ହୋଇଥିଲା। ସମାଧାନ ର କିଛି ସମୟ ପରେ ଯୁବକ କଚେରୀ ପୋଖରୀ ନିକଟ ଏକ ଗଛରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତାର ସ୍ତ୍ରୀ ପି.ବିଜୟ ଗୌରୀ ପହଞ୍ଚି ଥାନାରେ ଲିଖିତ ଆକାର ରେ ପ୍ରଦାନ କରିଥିଲେ। ପରେ ପୋଲିସ ଶବ କୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରିଛନ୍ତି। ତଦନ୍ତ କାରୀ ଅଧିକାରୀ ଏସ.ଆଇ ଶ୍ରୀକାନ୍ତ ସାହୁ ଏନେଇ ଏକ ଅପମୃତ ମାମଲା କେସ ନମ୍ବର ୧୧ / ୨୦୨୦ ରୁଜୁ କରି ଅଧିକ ତଦନ୍ତ କରୁଛନ୍ତି।ପ୍ରାରମ୍ଭିକ ତଦନ୍ତରେ ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଟିଥିବା ପୋଲିସ ଅନୁମାନ କରୁଛି।