ବୋରିଗୁମ୍ମା — କରୋନା ଭାଇରସ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା ର ଦିନକ ପରେ ପ୍ରଧାନମନ୍ତ୍ରୀ ମୋଦୀ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି। ସାରା ଦେଶ ଏବେ ଲକ ଡାଉନ। ଅତି ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ବୋରିଗୁମ୍ମା ସହର ରେ ଲକ ଡାଉନ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇଛି। କିଛି ଲୋକ ବିନା କାରଣ ରେ ବିଭିନ୍ନ ବାହାନା ଦେଖାଇ ବାହାରେ ବାଇକ ରେ ବୁଲୁଛନ୍ତି। ପୋଲିସ ଆଜି କଠୋର ହୋଇଛି। ବାଇକ ଚାଳକ ମାନଙ୍କୁ ବିନା କାରଣରେ ଗଲେ ବାଇକ କୁ ସିଜ କରିଥିବା ଜଣାଯାଇଛି। ଅତ୍ୟାବଶକ ସାମଗ୍ରୀ ଯଥା ପନିପରିବା, କିରାନା, ଫଳ ଦୋକାନ ମାନଙ୍କ ପାଇଁ ଦିନ ୧୧ ଟା ପର୍ଯ୍ୟନ୍ତ ସମୟ ନିର୍ଘଣ୍ଟ କରାଯାଇଛି।ଲୋକମାନେ ଦିନ ୧୧ ଟା ମଧ୍ୟରେ ନିଜ ନିଜ ର ସୌଦା କିଣି ଘରକୁ ଫେରାନ୍ତୁ। କୌଣସି ବାହାନା ଲୋକେ ଦେଖାଇ ବାହାରେ ବୁଲିଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ପୋଲିସ ଚେତାଇ ଦେଇଛି। କେବଳ ଔଷଧ ଦୋକାନ ହଁ ଖୋଲା ରହିଛି। ପନିପରିବା ଓ ସୌଦା କିଣିବା ସମୟରେ ସାମାଜିକ ଦୂରତ୍ୱ ବଜାଇ ରଖିବାକୁ ନିର୍ଦ୍ଦେଶ ଦେଇଛି ପୋଲିସ ପ୍ରଶାସନ। ପୋଲିସ ଓ କିଛି ସ୍ବେଚ୍ଛାସେବୀ ଙ୍କ ସହାୟତାରେ ପ୍ରତେକ ସାହି ଓ ଗଳି କୁ ଲକ ଡାଉନ କରାଯାଇଛି। କିଛି ବାଇକ ଆରୋହି ବିନା କାରଣରେ ବୁଲୁଥିବା ଦେଖି ପୋଲିସ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇନ ବିଶୃଙ୍ଖଳା ଙ୍କ ନିମନ୍ତେ ପୋଲିସ କଠୋର ପଦକ୍ଷେପ ଗ୍ରହଣ କରିଛି। ଲକ ଡାଉନ ର ଚତୁର୍ଥ ଦିନରେ ବି ସହର ଠାରୁ ଗାଁ କେବଳ ଖାଁ ଖାଁ ଦେଖାଦେଇଛି।