Odisha news

ବୋରିଗୁମ୍ମା : ନିରାଡ଼ମ୍ବର ଭାବରେ ରାମ ନବମୀ ପାଳିତ।

0

ବୋରିଗୁମ୍ମା — କରୋନା ଭାଇରସ ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନିଆ ଲକ ଡାଉନ କରିଛନ୍ତି। କୌଣସି ଧର୍ମାନୁଷ୍ଠାନ ରେ ଲୋକ ନ ଯିବାକୁ ପରାମର୍ଶ ଦେଇଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର। ସମସ୍ତେ ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦେବା ସହ କୌଣସି କାମ ନ ଥିଲେ ବାହାରକୁ ମନା କରିଦେଇଛନ୍ତି। ତେବେ କୌଣସି ହିନ୍ଦୁ ମନ୍ଦିରରେ ଲୋକ ମାନଙ୍କୁ ଯିବାକୁ ବାରଣ କରିଛନ୍ତି। କେବଳ ପୂଜାରୀ ମାନେ ମନ୍ଦିରରେ ଥିବା ଦେବଦେବୀ ମାନଙ୍କର ପୂଜାର୍ଚ୍ଚନା କରିପାରିବେ। ଆଜି ହେଉଛି ପଵିତ୍ର ରାମ ନବମୀ। ବୋରିଗୁମ୍ମା ସହରରେ ଥିବା ରାମ ମନ୍ଦିର ରେ ଦୀର୍ଘ ନଅ ଦିନ ଧରି ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ତେବେ ଚଳିତ ବର୍ଷ ଲକ ଡାଉନ ଯୋଗୁଁ ମନ୍ଦିର ର ଫାଟକ ରେ ତାଲା ପକାଇଛନ୍ତି ମନ୍ଦିର କମିଟି। ଯେଉଁ ଶ୍ରଦ୍ଧାଳୁ ଯାଉଛନ୍ତି ସେମାନେ ଫାଟକ ବାହାରେ ରହି ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କୁ ଦର୍ଶନ କରି ଯାଉଛନ୍ତି। ଅନ୍ୟପକ୍ଷରେ ମନ୍ଦିରରେ ଯଥା ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି। ତିନୋଟି ପୂଜାରୀ କେଵଳ ଦିନ ୧୧ ଟା ମଧ୍ୟରେ ପୂଜା ସମ୍ପନ୍ନ କରିଛନ୍ତି। ପୂର୍ବବର୍ଷ ଭଳି ଗହଳି ଚହଳି ନାହିଁ। ସବୁ କିଛି କରୋନା ଭାଇରସ ଛଡାଇ ନେଇଛି ବୋଲି ଜଣେ ଶ୍ରଦ୍ଧାଳୁ କହିଛନ୍ତି।

Govt
Leave A Reply