Odisha news

ବୋରିଗୁମ୍ମା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ସାନିଟାଇଜର ସିଞ୍ଚନ

0

ବୋରିଗୁମ୍ମା :-  ବିଶ୍ବ ବ୍ୟାପି କୋରନା ରେ ଆତଙ୍କିତ ରହିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଭେକ୍ସିଁନ୍ ବହାରିନାହିଁ । କରୋନା  ପାଇଁ  କେବଳ  ସାମାଜିକ ଦୂରତା ଓ ପରିମଳ ସ୍ୱଛତା ହିଁ ଏକ ମାତ୍ର ବିକଳ୍ପ. ଏଥି  ନିମନ୍ତେ ସରକାର ଦେଶ ତମାମ ଲୋକ ଡାଉନ କରିଥିବା ବେଳେ ନିଜକୁ ସୁରକ୍ଷା ପାଇଁ ବାରମ୍ବାର ହାତ ସଫା ସହ ଜନଗହଳି ସ୍ଥାନରେ ସାନିଟାଇଜର ସିଞ୍ଚନ ଉପରେ ଗୁରୁତ୍ୱ ଦେଉଛନ୍ତି।ଏ ପରିପ୍ରେକ୍ଷୀରେ  କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ସଦର ଠାରେ ପ୍ରଶାସନ ପକ୍ଷରୁ ସାନିଟାଇଜେର ସିଞ୍ଚନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି. ସୂଚନା ଥାଉକି 26 ଓ  63 ଜାତୀୟ ରାଜପଥ ସହ 48 ନଂ ରାଜ୍ୟ ରାଜପଥ କୁ ନେଇ ବୋରିଗୁମ୍ମା ଗୋଟିଏ ଜନଗହଳି ପୂର୍ଣ୍ଣ ଛକ ଭାବେ ବେଶ ପରିଚିତ।  ଆନ୍ଦ୍ର ଓ ଛତିଶଗଡ ଦୁଇ ରାଜ୍ୟ କୁ ବୋରିଗୁମ୍ମା ଛକ ସଂଯୋଗ କରୁଅଛି.। ବୋରିଗୁମ୍ମା ଅଞ୍ଚଳ ର ଆବଶ୍ୟକତା ଦୃଷ୍ଟି ରୁ ସାନିଟାଇଜେର ସିଞ୍ଚନ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବ୍ୟାଙ୍କ, ଦୈନିକ ବଜାର, ସ୍ଥାନୀୟ ଛକ ରେ କରାଯାଇଥିବା ବେଳେ ପ୍ରତିଦିନ ଅପରାହ୍ନ ରେ ଏକ ଘଣ୍ଟା ପାଇଁ ସିଞ୍ଚନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ତହସିଲଦାର  ସଂଜୀବ  କୁମାର ସାହୁ ପ୍ରକାଶ କରିଛନ୍ତି। ବୋରିଗୁମ୍ମା ଅଗ୍ନିଶମ ବିଭାଗ ଅଧିକାରୀ ଦୋରାଦ୍ଧକ୍ଷ ବାଗ, ନାରାୟଣ ସାହୁ, ତ୍ରିନାଥ ମହାନ୍ତି ପ୍ରମୁଖ ସିଞ୍ଚନ କାର୍ଯ୍ୟ ରେ ନିୟୋଜିତ ଥିବା ବେଳେ ପୋଲିସ ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ସହଯୋଗ କରିଥିଲେ.

Leave A Reply

Your email address will not be published.