ବୋରିଗୁମ୍ମା (କେ.ସାକିଲି ଦୋରା)—ଜୟପୁର-ବୋରିଗୁମ୍ମା -କୋରାପୁଟ ରାଜ୍ୟ ରାଜପଥ ଛତ୍ରଲା ଗ୍ରାମନିକଟ ରେ ଏକ ଜମି କଡରୁ ଜଣେ ଯୁବକ ଙ୍କ ଶବ ପଡିଥିବା ଠାବ କରିଛି ବୋରିଗୁମ୍ମା ପୋଲିସ।ମୃତ ବ୍ୟକ୍ତି ଜଣକ ଭୁବନେଶ୍ୱର ଅଂଚଳ ର ସୁଧୀର କୁମାର ସାହୁ ବୋଲି ଜଣାପଡିଛି। ସେ ଜଣେ ଗାଡି ଚାଳକ ହୋଇଥିବା ବେଳେ ଗତ ସୋମବାର ଦିନ ସେ ଭୁବନେଶ୍ୱର ରୁ କୋରାପୁଟ କୁ ଦୁଇଜଣ ଯାତ୍ରୀ କୁ ଛାଡିବାକୁ ଆସିଥିଲେ। ହେଲେ ଗତକାଲି ତାଙ୍କର ଫୋନେ ସୁଇଚଆପ ଥିବା ନେଇ ଭୁବନେଶ୍ୱର ରେ ଥିବା ନିଜ ପରିବାର ସନ୍ଦେହ କରି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ।ଆଉ ଏତଲା ପରେ ଖଣ୍ଡଗିରି ପୋଲିସ GPRS ଟ୍ରାକ ରେ ତାଙ୍କ ଲୋକେସନ କୋରାପୁଟ ବୋରିଗୁମ୍ମା ରେ ଥିବା ଜାଣିବାକୁ ପାଇଥିଲା।ପରେ ରାୟଗଡା ରେ ରହୁଥିବା ମୃତ ସୁଧୀର ଙ୍କ ବଡଭାଇ କେଦାର ନାଥ ସାହୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ତେବେ ଘଟଣା ସ୍ଥଳ ରେ ସୁଧୀର ଙ୍କ କାର ଗାଏଭ ହୋଇଥିବା ବେଳେ ତାଙ୍କୁ କିଏ ହତ୍ୟା କରିଛି ନା ଆଉ କଣ ଘଟିଛି ତାଙ୍କ ସହିତ ତାହାର ଯାଞ୍ଚ କରୁଛି ବୋରିଗୁମ୍ମା ପୋଲିସ। ଘଟଣା ସ୍ଥଳରେ ସାଇଟିଫିକ ଟିମ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଶବର କିଛି ଦୂରରେ ତାଙ୍କର ଜୋତା ବି ପଡିଛି। ସାଇଫିଟିକ ଟିମ ମଧ୍ୟ ପହଞ୍ଚିଛି ଆଉ ତଦନ୍ତ ଚାଲିଛି ବୋଲି ବୋରିଗୁମ୍ମା ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି।