Odisha news

କୁମୁଲି ହାଇସ୍କୁଲ ୨୦୦୯-୧୦ ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ

0
ବୋରିଗୁମ୍ମା (କେ.ସାକିଲି ଦୋରା)— କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ  କୁମୁଲି ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୯-୧୦ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ନୂତନ ଭାବରେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷ୍ୟୟତ୍ରୀ ଅଞ୍ଜୁଲତା ଗରଡ଼ା ସଭାପତି ରୂପେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ବାସୁଦେବ ସାହୁ,ନୀଳକଣ୍ଠ ପଣ୍ଡା,ଶିଶିର କୁମାର ରାଉତ ଯୋଗ ଦେଇଥିଲେ ।ଦିବଂଗତ ଶିକ୍ଷକ ନିଳାମ୍ବର ଷଡଙ୍ଗୀ ଏବଂ ପ୍ରଫୁଲ ଷଡଙ୍ଗୀଙ୍କୁ ସମ୍ମାନ ଜଣାଇ ନିରବ ପ୍ରାଥନା କରାଯାଇଥିଲା ।ମାଟ୍ରିକ ପରୀକ୍ଷା ଦେବାର ୧୦ ବର୍ଷ ପୂର୍ତ୍ତି ଅବସରରେ ଏହି ବନ୍ଧୁ ମିଳନ ଆୟୋଜନ ହୋଇଥିଲା।ଦୀର୍ଘ ୧୦ ବର୍ଷ ପରେ ଏହି   ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ  ଉପସ୍ଥିତ ସମସ୍ତଙ୍କ ମନରେ ଖୁସି,ଆନନ୍ଦ ରେ ବିଭୋର ହୋଇଯାଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଙ୍କ ସହିତ ୨୦୧୦ ବ୍ୟାଚ ର ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
Nalco
Leave A Reply