ବୋରିଗୁମ୍ମା (କେ.ସାକିଲି ଦୋରା) : ମହାମାରୀ କରୋନା ଲୋକଙ୍କ ଜୀବନ ଜୀବିକା ଛଡାଇ ନେଇଛି। ବୋରିଗୁମ୍ମା ରେ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ପ୍ରଥମେ ପାଞ୍ଚ ଦିନ ପରେ ତିନି ଦିନ ପାଇଁ ବୋରିଗୁମ୍ମା ପଞ୍ଚାୟତ କୁ ସଟ ଘୋଷଣା କରିଛନ୍ତି। ଏହାର ସୁଯୋଗ ନେଇ ପରିବା ବ୍ୟବସାୟୀ ମାନେ ପନିପରିବା ଦର ଆକାଶ ଛୁଆଁ କରିଛନ୍ତି। ବୋରିଗୁମ୍ମା ସହର ହେଉଛି ପନିପରିବା ବଜାର ର ଗୋଟିଏ ହବ। ଏଠାରୁ ପନିପରିବା ନେବା ପାଇଁ ଦୂର ସହର ରୁ ପରିବା ବ୍ୟବସାୟୀ ଙ୍କ ଲମ୍ବା ଲାଇନ ଲାଗିଥାଏ।
ବଜାରରେ ଟମାଟୋ କିଲୋ ୮୦ ଟଙ୍କା, ବାଇଗଣ କିଲୋ ୫୦ ଟଙ୍କା, ଫୁଲ କୋବି ୬୦ ଟଙ୍କା, ଜହ୍ନି କିଲୋ ୫୦ ଟଙ୍କା, ବିନିସ କିଲୋ ୬୦ ଟଙ୍କା, ଅଦା କିଲୋ ୧୦୦ ଟଙ୍କା, କଲରା କିଲୋ ୪୦ ଟଙ୍କା, ସଜନା କିଲୋ ୬୦ ଟଙ୍କା, ପୋଟଳ କିଲୋ ୬୦ ଟଙ୍କା ,ସାରୁ କିଲୋ ୫୦ ଟଙ୍କା, ଖମ୍ବ ଆଳୁ କିଲୋ ୬୦ ଟଙ୍କା ରହିଛି। କୌଣସି ପରିବା ଦର ୪୦ ଟଙ୍କା ରୁ କମ ନାହିଁ। ଲୋକେ ୫୦୦ ଟଙ୍କାର ପରିବା କିଣିଲେ ବ୍ୟାଗ ଭର୍ତ୍ତି ହେଉନାହିଁ। ଅନ୍ୟ ପଟେ ଶ୍ରାବଣ ମାସ ଚାଲିଥିବାରୁ ଲୋକେ ଆମିଷ ଛାଡି ନିରାମିଷ ଖାଉଛନ୍ତି। ଏହାର ସୁଯୋଗ ନେଇ ପନିପରିବା ଦଲାଲ ଫାଇଦା ନେଉଛନ୍ତି।ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।