ବୋରିଗୁମ୍ମା (କେ.ସାକିଲି ଦୋରା)— ବୋରିଗୁମ୍ମା ସହର ରେ ଏସ ବି ଆଇ ବ୍ୟାଙ୍କ ର ପେ ପଏଣ୍ଟ ଶାଖା ର ଶୁଭାରମ୍ଭ ହୋଇଯାଇଛି।ଉକ ପେ ପଏଣ୍ଟ ଶାଖା କୁ ସ୍ଥାନୀୟ ବିଡିଓ ପ୍ରଣୟ ରଞ୍ଜନ ବେହେରା ଉଦଘାଟନ କରିଥିଲେ। ଉକ୍ତ ଶାଖା ରେ ଯେକୌଣସି ବ୍ୟାଙ୍କ ର ଗ୍ରାହକ ମାନେ ବ୍ୟାଙ୍କ ସମ୍ପର୍କିତ ବିଭିନ୍ନ ସୁବିଧା ପାଇ ପାରିବେ। ସର୍ବୋଚ୍ଚ ୨୦ ହଜାର ଟଙ୍କା ଉଠାଣ କରିପାରିବେ ବୋଲି ପେ ପଏଣ୍ଟ ର ପରିଚାଳକ କେ.ରାକେଶ ଦୋରା ସୂଚନା ଦେଇଛନ୍ତି।ଗ୍ରାମାଞ୍ଚଳ ର ବ୍ୟାଙ୍କ ଆକାଉଣ୍ଟ ଧାରୀ ମାନଙ୍କ ପାଇଁ ପେ ପଏଣ୍ଟ ବହୁତ ସୁବିଧା ହେବ। ଅନ୍ୟ ମାନଙ୍କ ମଧ୍ୟରେ ଡ଼ି ଏସ ଏଚ ଲିଙ୍ଗରାଜ ସାହୁ, ବୋରିଗୁମ୍ମା ଏସ ବି ଆଇ ର ଶାଖା ପରିଚାଳକ ବିଭୁତି ପ୍ରସାଦ ମହାପାତ୍ର, ପେ ପଏଣ୍ଟ ଓଡିଶା ମୁଖ୍ୟ ପ୍ରଦୀପ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ପେ ପଏଣ୍ଟ ର କର୍ମଚାରୀ ପି.ଶିବ କୁମାର, ଆବ୍ରହମ ହରିଜନ ଉପସ୍ଥିତ ଥିଲେ।
