ବୋରିଗୁମ୍ମା (K.sakil Dora)— ବୋରିଗୁମ୍ମା ସ୍ଥିତ ଡାକ ବଙ୍ଗଳା ଠାରେ କୃଷି ସାମଗ୍ରୀ ବିକ୍ରେତା ଓ ସିୱା ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଡାକ ବଙ୍ଗଳା ଠାରେ ବିଭିନ୍ନ ବର୍ଗର ମହିଳା ଓ ପୁରୁଷ ମାନେ ଆସି ରକ୍ତଦାନ କରିଥିଲେ।କୃଷି ଡିଲେର, ସ୍ବେଚ୍ଛାସେବୀ, ସରକାରୀ କର୍ମଚାରୀ ମାନେ ମଧ୍ୟ ରକ୍ତଦାନ କରିଥିଲେ। ଆଜିର ଶିବିରରେ ମୋଟ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସିୱା ଅନୁଷ୍ଠାନ ପକ୍ଷରୁ ସଭାପତି ଅଜୟ କୁମାର ମିଶ୍ର, ସମ୍ପାଦକ ପ୍ରତାପ କୁମାର ପଟ୍ଟନାୟକ, ଉପ ସଭାପତି ସୁଧାକର ପଟ୍ଟନାୟକ, କୋଷାଧ୍ୟକ୍ଷ ରମେଶ ପଟ୍ଟନାୟକ, ସହ ସଂପାଦକ ସୌମ୍ୟ ରଞ୍ଜନ ଦଳେଇ , ଉପଦେଷ୍ଟା ପ୍ରଦୀପ୍ତ କୁମାର ସାହୁ ଓ କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜି.ଭେଙ୍କଟ ରେଡି ରକ୍ତଦାନ ଶିବିର କୁ ପରିଚାଳନା କରିଥିଲେ। ସେହିପରି କୃଷି ସାମଗ୍ରୀ ବିକ୍ରେତା ର କର୍ମକର୍ତ୍ତା ପ୍ରକାଶ ରଥ, କୈଳାସ ରଥ, ଏମ .ରବି କୁମାର,ଦିଲ୍ଲୀପ ପଟ୍ଟନାୟକ, ରମେଶ ପ୍ରହରାଜ ସନ୍ତୋଷ ପ୍ରଧାନ, ସଞ୍ଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।କୃଷି ବିଭାଗ ପକ୍ଷରୁ ପ୍ରସନ୍ନ କୁମାର ମଲ୍ଲିକ, ସଂଯୁକ୍ତା ପାତ୍ର, ମମତା ରାଉତ,ଶ୍ରୀକାନ୍ତ ଆଚାରୀ, ଜଗଦୀଶ ଚନ୍ଦ୍ର ପାତ୍ର,ଗୁଣଧର ଖରା,ବିକାଶ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ କରିଥିଲେ।
