Odisha news

ବରିଷ୍ଠ କଂଗ୍ରେସ ନେତା ଗଙ୍ଗାଧର ଦାସଙ୍କ ପରଲୋକ

0
ବୋରିଗୁମ୍ମା (କେ.ସାକିଲି ଦୋରା )—କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁମୁଲି ଗ୍ରାମର ବରିଷ୍ଠ କଂଗ୍ରେସ ନେତା ତଥା କାଠରଗଡା ପଞ୍ଚାୟର ପୂର୍ବତନ ସରପଞ୍ଚ ଗଙ୍ଗାଧର ଦାସଙ୍କ ଆଜି ସକାଳେ ହୁ ପରଲୋକ ହୋଇଯାଇଛି।  ସ୍ବର୍ଗତ ଗଙ୍ଗାଧର ଦାସ ୧୯୯୦ ରୁ ୧୯୯୫ ମଧ୍ୟରେ କାଠରଗଡା ପଞ୍ଚାୟତ ର ସରପଞ୍ଚ ଥିଲେ ଏବଂ୧୯୯୫ ରୁ  ୨୦୦୦ ମଧ୍ୟରେ କାଠରଗଡା ପଂଚାୟତ ର ସମିତିସଭ୍ୟ ମଧ୍ୟ ଥିଲେ ।ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ହାବିବୁଲ୍ଲା ଖାନ,ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରଘୁନାଥ ପଟ୍ଟନାୟକ ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘନିଷ୍ଟ ସହଯୋଗୀ ସହିତ ଆଜୀବନ କଂଗ୍ରେସ ଦଳସହିତ ଜଡିତ ରହି ଅଂଚଳର ବିକାଶ ଦିଗ ରେ ତାଙ୍କର ଅନବରତ ଚେଷ୍ଟା ଜାରି ରଖିଥିଲେ।ହଠାତ ଏ ଦୁଖଃତ ଖବର ଶୁଣି କୁମୁଲି, କାଠରଗଡା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ଦାସ ଜଣେ ମେଳାପୀ ,ମିଷ୍ଠଭାସି ଏବଂ ପରୋପକାରୀ ଲୋକସେବକ ଭାବରେ ଅଂଚଳରେ ବେଶ ପରିଚିତ ଥିଲେ । ସ୍ୱର୍ଗତ ଦାସଙ୍କ ପରଲୋକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ଜିଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି,ବ୍ଲକ କଂଗ୍ରେସ ସଭାପତି ଅଶୋକ ଗନ୍ତାୟତ,କାଠରଗଡା ସରପଞ୍ଚ ଗୋସିଂହ ମୁଦୁଲି,ସମାଜ ସେବୀ କୃତିବାସ ନାୟକ ,ପିଙ୍କୁ ସତପଥୀ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
Nalco
Leave A Reply