Odisha news

ବୋରିଗୁମ୍ମା : ସସାହାଣ୍ଡି ର ହରିଜନ ସାହି କୁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା।

0
ବୋରିଗୁମ୍ମା : କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକର ସସାହାଣ୍ଡି ପଞ୍ଚାୟତ ରେ ଗତ କାଲି ଗୋଟିଏ ଦୁଇ ବର୍ଷ ର ଶିଶୁକୁ କୋରନା ପଜିଟିଭ ବାହାରିବା ଫଳରେ ସସାହାଣ୍ଡି ର ସରପଞ୍ଚ ଶ୍ରୀ ନବୀନ ଭତରା ସସାହାଣ୍ଡି  ଗ୍ରାମ ର ହରିଜନ ସାଇ କୁ ସାତ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରିଛନ୍ତି।  କୋଟପାଡ଼ ପୋଲିସ ବିଭାଗ ର ଥାନା ଅଧିକାରୀ   ଦୁଇ ଜଣ ମହିଳା
କନେଷ୍ଠଵଳ  ଶ୍ରୀମତୀ  ପି. ଏମ୍ ସାନ୍ତା ଓ  ରୀନା ଚଲାଣ  କୁ ଶାନ୍ତି  ଶୃଙ୍ଖଳା ରକ୍ଷା କରିବା ପାଇଁ ଦାୟିତ୍ବ ଦେଇଛନ୍ତି    ।ଶାନ୍ତି  ଶୃଙ୍ଖଳା ରକ୍ଷା କରିବା ସହ ସସାହାଣ୍ଡି ଗାଁ ର ଲୋକ ମାନଙ୍କୁ  କିପରି ଭାବରେ ମାସ୍କ୍ ବ୍ୟବହାର କରିବା ଓ ସାମାଜିକ ଦୂରତା ରହିବା ସହ କଣ୍ଟେନମେଣ୍ଟ ଜୋନ୍‌ ରେ ଲୋକ ମାନଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ ଏ ହି ଦୁଇ କୋରନା ଯୋନ୍ଧା।
ଏଥି ପ୍ରତି ଲୋକ ମାନେ ମଧ୍ୟ ନିଜକୁ  ଠିକ୍ ଭାବରେ ବୁଝିବା ସହ ଏହି ଦୁଇ କୋରନା ଯୋନ୍ଧା ସମର୍ଥନ କରୁଛନ୍ତି। ଅଙ୍ଗନବାଡ଼ି ଦିଦି ,ସ୍ୱାସ୍ଥ୍ୟ5 କର୍ମୀମାନେ  ଘର ଘର ବୁଲି  ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା   ପଚାରି ବୁଝିଥିଲେ। ସରପଞ୍ଚ ଲୋକ ମାନଙ୍କ ପାଇଁ ଟେଙ୍କର ଯୋଗେ  ପିଇବା ପାଣି ର ବ୍ୟବସ୍ଥା କରିଛନ୍ତି। ଦୋକାନ ବଜାର ମଧ୍ୟ ସକାଳ ଛଅ ଟା ରୁ ବାର ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି
Leave A Reply