Odisha news

ବୋରିଗୁମ୍ମା ସହରରେ କୋବିଡ଼ କଟକଣା ଗଲା କୁଆଡେ ?

0
ବୋରିଗୁମ୍ମା (କେ.ସାକିଲି ଦୋରା)—–ମହାମାରୀ କରୋନା ପାଇଁ ଦୀର୍ଘ ନଅ ମାସ ହେବ ବିଶ୍ୱବାସୀ ଅସ୍ତବ୍ୟସ୍ତ। ଆମ ଦେଶରେ ଗତ ମାର୍ଚ୍ଚ ୨୪ ତାରିଖ ରୁ କେତେବେଳେ ସଟ ଡାଉନ କରାଯାଇଛି ତ କେତେବେଳେ ପରିସ୍ଥିତି ଦେଖି ଲକ ଡାଉନ କରୁଛନ୍ତି। ଏପର୍ଯ୍ୟନ୍ତ ପରିସ୍ଥିତି ସୁଧୀରି ନାହିଁ। ରାଜ୍ୟ ସରକାର ଏବେବି କୋବିଡ଼ କଟକଣା ଜାରୀ ରଖିଛନ୍ତି। ଯେଉଁ ଦିନ ପର୍ଯ୍ୟନ୍ତ ଟୀକା ନ ବାହାରିଛି କୋବିଡ଼ କଟକଣା ଜାରୀ ରହିବ ଏବଂ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ମାସ୍କ ପରିଧାନ ବାଧ୍ୟତାମୂଳକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଇତି ମଧ୍ୟରେ ସାମାଜିକ ସ୍ଥିତି ସ୍ୱାଭାବିକ ହେବାକୁ ଯାଉଛି। କିନ୍ତୁ ବୋରିଗୁମ୍ମା ସହରରେ କୋବିଡ଼ କଟକଣା ଗଲା କୁଆଡେ ? ସହର ରେ ସରକାରୀ ଓ ବେସରକାରୀ ସ୍ଥାନରେ ସାମାଜିକ ଦୂରତା ନାହିଁ।ସହର ବଜାର ର କୌଣସି ଦୋକାନ ରେ ସାମାଜିକ ଦୂରତା ରହୁନାହିଁ।
ମାସ୍କ ପରିଧାନ ନ କହିବା ଭଲ। ଏଥି ପୂର୍ବରୁ ସମସ୍ତେ ଘରୁ ବାହାରକୁ ଆସିଲେ ମୁହଁରେ ମାସ୍କ ପିନ୍ଧି ଆସୁଥିଲେ, ଏବେ ଗତ କିଛି ଦିନ ହେବ ମାସ୍କ କେହି ପିନ୍ଧୁ ନାହାନ୍ତି। ସାମାଜିକ ଦୂରତା ପୂର୍ବରୁ ହଜିଯାଇଥିବା ବେଳେ ଏବେ ମାସ୍କ ହଜି ଗଲାଣି। ପରିସ୍ଥିତି ଏପରି ହୋଇଛି ଯେ କୋବିଡ଼ ସମୟରେ ଯେଉଁ ସରକାରୀ କର୍ମଚାରୀ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ନାରା ଦେଇ ଲୋକ ମାନଙ୍କୁ ସଚେତନ କରାଉଥିଲେ, ଏବେ ସେହିମାନେ ମଧ୍ୟ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି। ବୋରିଗୁମ୍ମା ସହରରେ କୋବିଡ଼ ଆକ୍ରାନ୍ତ ହୋଇ ବହୁ ଲୋକ ଅକାଳ ରେ ମୃତୁ ବରଣ କରିଥିଲେ। କୋରାପୁଟ ଜିଲ୍ଲାରେ ଏପର୍ଯ୍ୟନ୍ତ ଏକ ଲଷ ୭୧ ହଜାର ୪୬୯ ଜଣ କୋବିଡ଼ ପରକ୍ଷା କରିଥିବା ବେଳେ ୧,୭୧,୨୭୧ ଜଣ ଙ୍କ ରିପୋର୍ଟ ଆସିଛି। ସେଥି ମଧ୍ୟରୁ ୭୮୦୪ ଜଣ କୋବିଡ଼ ପୋଜିଟିଭ ରହିଥିବା ବେଳେ ୭୭୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି।
Nalco
Leave A Reply