ବୋରିଗୁମ୍ମା (କେ.ସାକିଲି ଦୋରା) : କୋରାପୁଟ ଜିଲ୍ଲାରେ ଦିନ କୁ ଦିନ କରୋନା ଭାଇରସ ଆତଙ୍କ ଖେଳାଇଛି। ରବିବାର ଦିନ କୋରାପୁଟ ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪୨ ରହିଥିବା ବେଳେ ଆଜି ସୋମବାର ଦିନ ଆକ୍ରାନ୍ତ ଙ୍କ ସଂଖ୍ୟା ୫୦ ହୋଇଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୮୬ ରେ ପହଁଚିଲା।ବୋରିଗୁମ୍ମା ରେ ମଧ୍ୟ କରୋନା ଭାଇରସ ତାର କାୟା ବିସ୍ତାର କରି ଚାଲିଛି। ବୋରିଗୁମ୍ମା ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ପୂର୍ବରୁ ୯ ଜଣ ରହିଥିବା ବେଳେ ଆଜି ନୂଆ ୫ ଜଣ କରୋନା ଆକ୍ରାନ୍ତ ଯୋଡି ହୋଇଛନ୍ତି।
ବୋରିଗୁମ୍ମା ରେ ମୋଟ କରୋନା ଆକ୍ରାନ୍ତ ଙ୍କ ୧୪ ଜଣ। ନୁଆ ଆକ୍ରାନ୍ତ ଙ୍କ ମଧ୍ୟରୁ ସସାହାଣ୍ଡି ରେ ଜଣେ ଦୁଇ ବର୍ଷ ପୁଅ , ଭେଙ୍କଟନଗର ରେ ଜଣେ, ବଙ୍ଗଳାଗୁଡା ରେ ଜଣେ, ସାନ ଦୁବୁଲି ରେ ଦୁଇ ଜଣ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଜିଲ୍ଲା ପ୍ରଶାସନ ବୋରିଗୁମ୍ମା ପଞ୍ଚାୟତ କୁ ପାଞ୍ଚ ଦିନ ପାଇଁ ସଟ ଡାଉନ କରିଥିବା ବେଳେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରମଣ କୁ ରୋକିବା ପାଇଁ ଆଉ ତିନି ଦିନ ସଟ ଡାଉନ ଅବଧି ବୃଦ୍ଧି କରିଛନ୍ତି।ସମସ୍ତ ସଂକ୍ରମିତ ଅଞ୍ଚଳ କୁ କଣ୍ଟେନମେଣ୍ଟ କରାଯାଇଛି। ଆସନ୍ତା ୧୬ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସଟ ଡାଉନ ବଳବତ୍ତର ରହିବ।କୋରାପୁଟ ଜିଲ୍ଲାରେ ଦମାନଯୋଡି, ସେମିଳିଗୁଡା, ସୁନାବେଡା, କୋରାପୁଟ, ଜୟପୁର , ବୈପାରିଗୁଡା ଓ ବୋରିଗୁମ୍ମା ରେ ଅହେତୁକ ଭାବେ କରୋନା ଆକ୍ରାନ୍ତ ଙ୍କ ବୃଦ୍ଧି ପାଉଛି।ପ୍ରଶାସନ ର ସମସ୍ତ ଚେଷ୍ଟା କରୋନା ସଂକ୍ରମଣ କୁ ରୋକିପାରୁ ନାହିଁ।